ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ମାର୍ଚ୍ଚ ୧୮ ତାରିଖରେ ପୁରୀ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯିବ। ନାସନାଲ ସିକ୍ୟୁରିଟି ଗାର୍ଡ ବା ଏନଏସଜି ପକ୍ଷରୁ ଏକ ପାଞ୍ଚ ଜଣିଆ ଟିମ ପରୀକ୍ଷାମୂଳକ ଯାଞ୍ଚ କରିବେ।

ଯଦି କିଛି ଜରୁରୀ କାଳୀନ ପରିସ୍ଥିତି ଉପୁଜେ ସେତିକି ବେଳେ କଣ କରାଯିବ ତାହାର ଏକ ଆନୁମାନିକ କସରତ କରାଯିବ। ଏନଏସଜିର ଦୁଇ ଜଣ ଅଫିସର, ତିନି ଜଣ କର୍ମଚାରୀଙ୍କ ସମେତ ଓଡ଼ିଶା ପୋଲିସର ଅଧିକାରୀଙ୍କୁ ମଧ୍ୟ ଏହି କାର୍ଯ୍ୟରେ ସାମିଲ କରାଯିବ। ଏଣୁ ଦିଲ୍ଲୀରୁ ଆସୁଥିବା ଯାଞ୍ଚ ଟିମକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଓଡ଼ିଶା ପୋଲିସକୁ ଅନୁରୋଧ କରାଯାଇଛି।

ତେବେ ପୁରୀ ମନ୍ଦିର ପାଇଁ କୌଣସି ବିପଦ ନାହିଁ ବୋଲି ଜଣେ ତୁଙ୍ଗ ପୋଲିସ ଅଧିକାରୀ କହିଛନ୍ତି। ପୂର୍ବରୁ ସେପ୍ଟେମ୍ବର ୨୦୧୮ ଓ ଜୁଲାଇ ୨୦୧୭ ରେ ମଧ୍ୟ ଏହିଭଳି ସୁରକ୍ଷା ଯାଞ୍ଚ କରା ଯାଇଥିଲା।

Comment