ଓଡ଼ିଶାଲାଇଭ୍ ବ୍ୟୁରୋcorona test

କଟକରେ ପୁଣିଥରେ ଦେଖାଦେଲାଣି କରୋନା ଆତଙ୍କ। କିଛି ମାସ ହେବ ସେଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିଥିବାବେଳେ, ଅଚାନକ ଏକ ଘରୋଇ କଲେଜରୁ ୨୫ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଖବର ସହରବାସୀଙ୍କୁ ଚିନ୍ତାରେ ପକାଇଛି। ସିଏମସି ପକ୍ଷରୁ ଏହି ଆକ୍ରାନ୍ତଙ୍କୁ କଲେଜ ହଷ୍ଟେଲ ପରିସରରେ ରଖାଯାଇ ଚିକିତ୍ସା କରାଯାଉଛି। ଏଥିସହ କଲେଜକୁ ୧୦ଦିନ ପାଇଁ ଛୁଟି ଘୋଷଣା କରାଯାଇଛି।

ଏକ ଘରୋଇ କଲେଜରେ ଛାତ୍ରଛାତ୍ରୀମାନଙ୍କ ପାଖରେ ଥଣ୍ଡା, ଜର ଆଦି ଲକ୍ଷ୍ୟଣ ଦେଖାଯିବାପରେ ସେମାନଙ୍କର ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା। ପ୍ରଥମ ଦିନରେ ୧୨ଜଣଙ୍କ ରିପୋର୍ଟ ପଜେଟିଭ୍ ଆସିଥିବାବେଳେ, ଶୁକ୍ରବାର ପୁଣି ୧୩ ଜଣଙ୍କ ରିପୋର୍ଟ ପଜେଟିଭ୍ ଚିହ୍ନଟ ହୋଇଛି। ଦୁଇ ଦିନରେ କଲେଜରୁ ସମୁଦାୟ ୨୫ଜଣଙ୍କ ରିପୋର୍ଟ ପଜେଟିଭ୍ ଚିହ୍ନଟ, ଉଭୟ ସିଏମସି ଓ କଟକବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି।

ଅପରପକ୍ଷରେ ପଜେଟିଭ୍ ଚିହ୍ନଟ ହେବାପରେ ଉକ୍ତ କଲେଜକୁ ୧୦ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି କଲେଜ କର୍ତ୍ତୁପକ୍ଷ। ଏଥିସହ କଲେଜ ପରିସରରେ ଥିବା ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀଙ୍କର କରୋନା ପରୀକ୍ଷା କରାଯାଉଛି।

Comment