ଓଡ଼ିଶାଲାଇଭ୍ ବ୍ୟୁରୋ

ମାର୍ଚ୍ଚ ୧୯ ସକାଳର ଗୁରୁତ୍ୱପୂର୍ଣ୍ଣ ଖବର ଜାଣନ୍ତୁ ସଂକ୍ଷେପରେ

  • ପୁରୀ ଶ୍ରୀ ଜଗନ୍ନାଥଙ୍କ କୌଣସି ଜମି ବିକ୍ରି କରାଯାଉନାହିଁ -ସ୍ପଷ୍ଟୀକରଣ ଦେଲା ଶ୍ରୀ ମନ୍ଦିର ପ୍ରଶାସନ
  • ଶିକ୍ଷା ଓ ଅନୁ ସନ୍ଧାନ ବିଶ୍ୱବିଦ୍ୟାଳୟ – ପଟ୍ଟାମୁଣ୍ଡାଇ କଲେଜ ମଧ୍ୟରେ କର୍ମଚାରୀଙ୍କ ଗବେଷଣା ନେଇ ଚୁକ୍ତି ପତ୍ର ସ୍ୱାକ୍ଷରିତ
  • ଏକାମ୍ର କ୍ଷେତ୍ର ବିକାଶ ନେଇ ଜାତୀୟ କୀର୍ତ୍ତିରାଜି ଆଇନରେ ଥିବା ବ୍ୟବସ୍ଥା ସମ୍ପର୍କରେ ସ୍ପଷ୍ଟୀକରଣ ଦେଲେ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ
  • ସୁରକ୍ଷା ଯାଞ୍ଚ ପାଇଁ ଏନଏସଜି ପକ୍ଷରୁ ଗୁରୁବାର ଦିନ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଉପରେ ଉଡ଼ିଲା ଡ୍ରୋନ
  • ରାଜ୍ୟରେ ନୂଆ କରୋନା ମାମଲାରେ ସାମାନ୍ୟ ବୃଦ୍ଧି, କଟକ ସବା ଉପରେ
  • ବିହାରର ଏକ ଅନଲାଇନ ଠକେଇ ଗ୍ୟାଙ୍ଗକୁ ଧରିଲା ଝାରସୁଗୁଡ଼ା ପୋଲିସ, ଜଣେ ଗିରଫ
  • କଟକ ଅରୁଣ ଉଦୟ ମାର୍କେଟରେ ଥିବା ଏକ ଆବାସିକ କଲେଜର ୨୫ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ, ୧୦ ଦିନ କଲେଜ ବନ୍ଦ
  • ଏପ୍ରିଲ ୩ରେ ଉତ୍କଳ ବିଶ୍ଵବିଦ୍ୟାଳୟ ସମାବର୍ତ୍ତନ ଉତ୍ସବର ମୁଖ୍ୟ ଅତିଥି ହେବେ ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ
  • ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ସେବାୟତଙ୍କୁ ଦିଆଯାଉଛି କରୋନା ଟୀକା
  • ବଚନ ସୁଧା ପଟ୍ଟନାୟକ ହତ୍ୟା ମାମଲାରେ ଅଭିଯୁକ୍ତ ଦୀପ୍ତି ରଞ୍ଜନ ପଟ୍ଟନାୟକଙ୍କୁ ଆଜୀବନ କାରାଦଣ୍ଡ, ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଦୌରା ଜର୍ଜ

Comment