ଓଡ଼ିଶାଲାଇଭ୍ ବ୍ୟୁରୋ

ମଙ୍ଗଳବାର ସନ୍ଧ୍ୟାରୁ ରାଜଧାନୀ ଭୁବନେଶ୍ଵରରେ କରୋନା ନିୟମକୁ କଡ଼ାକଡ଼ି କରାଯାଇଛି। ଲୋକେ ଏବେ କରୋନା ନିୟମକୁ ସଠିକ୍‌ ଭାବେ ପାଳନ କରୁଛନ୍ତି କି ନାହିଁ ତାହା ଉପରେ କଡ଼ା ନଜର ରଖିବା ପାଇଁ ସ୍ଵତନ୍ତ୍ର ପଦକ୍ଷେପ ନିଆଯାଇଛି। ଭୁବନେଶ୍ଵରରେ କରୋନା ସଂକ୍ରମଣକୁ ଦୂରେଇବା ପାଇଁ ଏପରି କରାଯାଉଥିବା ବିଏମସି କମିସନର ପ୍ରମେଚନ୍ଦ ଚୌଉଧାରୀ କହିଛନ୍ତି।

ବିଏମସି କମିସନର ପ୍ରେମଚନ୍ଦ ଚୌଉଧାରୀ କହିଛନ୍ତି ଯେ, ସମଗ୍ର ରାଜଧାନୀରେ ସରପ୍ରାଇଜ ଯାଞ୍ଚ ହେବ। ବିଶେଷ କରି ଜନଗହଳି ସ୍ଥାନ ଯଥା ଦୋକାନ ବଜାର ଏବଂ ହାଟଗୁଡ଼ିକରେ ଲୋକେ କରୋନା ନିୟମ ମାନୁଛନ୍ତି କି ନାହିଁ ତାହା ଦେଖାଯିବ।ଶିକ୍ଷାଅନୁଷ୍ଠାନଗୁଡ଼ିକ ଉପରେ ମଧ୍ୟ କଡା ନଜର ରଖାଯିବ। ସହରରେ ଥିବା ହଷ୍ଟେଲଗୁଡିକରେ ରାଣ୍ଡମ ଚେକିଂ କରାଯିବ। ବିଏମସି ପକ୍ଷରୁ ବିମାନବନ୍ଦର ଓ ରେଳ ଷ୍ଟେସନରେ ଅଧିକ ଲୋକଙ୍କୁ ନିୟୋଜିତ କରାଯିବ। ଫଳରେ କି ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରହୁଛି କି ନାହିଁ ତାହା ଅନୁଧ୍ୟାନ କରିବା ସମ୍ଭବ ହେବ।

ସୋମବାର ଭୁବନେଶ୍ଵରର ଜାଭିୟର୍ସ ବିଶ୍ୱବିଦ୍ୟାଳୟରେ ୫୦ ରୁ ଅଧିକ ଅନ୍ତେବାସୀ କରୋନା ପଜିଟିଭ ବାହାରିବା ପରେ ଏହା ବିଏମସିକୁ ଚିନ୍ତାରେ ପକାଇ ଦେଇଥିଲା।

Comment