ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ବିବାଦୀୟ ଅଭିନେତ୍ରୀ ଭାବେ ବେଶ୍‌ ପରିଚିତ କଙ୍ଗନା ରଣାଓ୍ୱତ। ସବୁବେଳେ ନିଜର ଖୁଲମ ଖୁଲ୍ଲା କଥାବାର୍ତ୍ତା ପାଇଁ ସେ ଚର୍ଚ୍ଚାରେ ଥାଆନ୍ତି। ଆଜି ଏହି କଣ୍ଟ୍ରୋବର୍ସି କୁଇନ କଙ୍ଗନା ୩୪ ବର୍ଷ ବୟସରେ ପାଦ ରଖିଛନ୍ତି। ଏହି ଅବସରରେ ଜାଣିବା ବଲିଉଡ କୁଇନ କଙ୍ଗନାଙ୍କ ବିବାଦ, ପ୍ରେମ ଓ କ୍ୟାରିୟର ସମ୍ପର୍କରେ…

କଙ୍ଗନା ୧୯୮୭ରେ ହିମାଚଳ ପ୍ରଦେଶର ଭାମ୍ବଲାରେ ଜନ୍ମ ହୋଇଥିଲେ। କଙ୍ଗନା ଚଣ୍ଡିଗଡ଼ର ଡିଏଭି ସ୍କୁଲରେ ପାଠ ପଢ଼ୁଥିଲେ। ମାତ୍ର ୧୬ ବର୍ଷ ବୟସରେ ଦିଲ୍ଲୀ ଯାଇ ସେଠାରେ ଏକ ଥିଏଟର ଗ୍ରୁପରେ ଯୋଗ ଦେଇଥିଲେ।

ବଲିଉଡରେ କଙ୍ଗନା ରାନାୱତଙ୍କୁ ବିବାଦର ରାଣୀ ବୋଲି କୁହାଯାଏ। କାରଣ ନିଜର ଖୁଲମଖୁଲା ଅନ୍ଦାଜ ପାଇଁ ସେ ସବୁବେଳେ ବିବାଦ ଘରକୁ ଆସି ଯାଆନ୍ତି। କେବଳ ବିବାଦ ନୁହେଁ ତାଙ୍କୁ ଅନେକ ଆକ୍ଟିଂର ରାଣୀ ମଧ୍ୟ କହିନ୍ତି। ‘ତନୁ ୱେଡସ୍ ମନୁ‘, ‘ତନୁ ୱେଡ୍ସ ମନୁ ରିଟ’, ମଣିକର୍ଣ୍ଣିକା ଭଳି ଫିଲ୍ମରେ ସେ ତାଙ୍କ ନିଖୁଣ ଅଭିନୟର ଯାଦୁ ମଧ୍ୟ ଦେଖାଇଛନ୍ତି।

ଫିଲ୍ମ କ୍ୟାରିୟର ଆରମ୍ଭରେ, କଙ୍ଗନା ରାନାୱତ ମଧ୍ୟ କିଛି ଲୋକଙ୍କୁ ନିଜର ଗଡଫାଦର ବୋଲି ସ୍ୱୀକାର କରିଥିଲେ, କିନ୍ତୁ ଏହାର ପ୍ରତିବଦଳରେ ସେ ସମସ୍ତଙ୍କ ନିକଟରେ ପ୍ରତାରିତ ହୋଇଥିଲେ।

ଇଂରାଜୀ ପାଇଁ ଉପହାସିତ ହୋଇଥିଲେ କଙ୍ଗନା

ଫିଲ୍ମ ଇଣ୍ଡଷ୍ଟ୍ରିରେ କଙ୍ଗନା ପ୍ରଥମେ ଇଂରାଜୀ ଭାଷା ପାଇଁ ଉପହାସର ସାମ୍ନା କରିଥିଲେ।  କାରଣ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ଅଧିକାଂଶ କଳାକାର ପରସ୍ପର ସହିତ ଇଂରାଜୀରେ କଥା ହୁଅନ୍ତି। ଯେଉଁମାନେ ଇଂରାଜୀ କହିବାକୁ ଜାଣନ୍ତି ନାହିଁ, ସେମାନଙ୍କୁର ମଜାକ ଉଡ଼ାଯାଏ। କଙ୍ଗନା ମଧ୍ୟ ଇଂରାଜୀ ଜାଣି ନଥିଲେ, ଫଳରେ ଅନେକ ତାଙ୍କର ମଜାକ ଉଡ଼ାଇଥିଲେ।

ଏହା ସତ୍ତ୍ୱେ ଅଭିନେତ୍ରୀ କେବଳ ଫିଲ୍ମ କରିନାହାଁନ୍ତି ବରଂ ଷ୍ଟାରଡମ୍ ମଧ୍ୟ ହାସଲ କରିଥିଲେ। କଙ୍ଗନା ରାନାୱତ ବଲିଉଡରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ସେ ୩ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ଚାରିଥର ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଛନ୍ତି। ସେ ଭାରତର ପ୍ରମୁଖ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ଭାରତୀୟ ସିନେମାରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀ ଭାବରେ କଙ୍ଗନା ମାନ୍ୟତା ପାଇଛନ୍ତି।

କ୍ୟାରିୟର ଆରମ୍ଭରେ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ସହ ତାଙ୍କର ଯୋଗାଯୋଗ ହୋଇଥିଲା। ଅନୁରାଗ ବସୁଙ୍କ ରୋମାଣ୍ଟିକ ଥ୍ରୀଲର ଗ୍ୟାଙ୍ଗଷ୍ଟରରେ ସେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା। ଏହି ଫିଲ୍ମ ପାଇଁ କଙ୍ଗନାଙ୍କୁ ବର୍ଷର ଶ୍ରେଷ୍ଠ ମହିଳା ଡେବ୍ୟୁ ପୁରସ୍କାର ମଧ୍ୟ ମିଳିଥିଲା। ​​ ଏହା ପରେ କଙ୍ଗନା ପଛକୁ ଚାହିଁ ନଥିଲେ ଏବଂ ଏକରୁ ଅଧିକ ସୁପରହିଟ୍ ଫିଲ୍ମ ଦେଇଥିଲେ। ଏବେ ସେ ତାଙ୍କର ନିଜର ଏକ ପ୍ରଡକ୍ସନ ହାଉସ ମଧ୍ୟ ଖୋଲିଛନ୍ତି।

କଙ୍ଗନାଙ୍କ ଆଫେୟାର

ବଲିଉଡ ସୁପରଷ୍ଟାର ହ୍ରିତିକ୍‌ ରୋଶନ୍‌ ଓ ହଟ୍ ହିରୋଇନ୍‌ କଙ୍ଗନା ରାନାୱତ ‘କ୍ରିଶ୍’ରେ ଏକାଠି କାମ କରିବାବେଳେ ପରସ୍ପରର ନିକଟତର ହୋଇଥିଲେ। ସେହିସମୟରେ  ହ୍ରିତିକ୍‌ ଓ କଙ୍ଗନାଙ୍କ ଆଫେଆର୍‌ ହୁଲୁସ୍ତୁଲ ହୋଇଥିଲା। ତା’ପରେ ସେ ଦୁହେଁ ପୁଣି ‘କାଇଟସ୍’ରେ ଏକାଠି କାମ କରିଥିଲେ। କଙ୍ଗନାଙ୍କ ଯୋଗୁଁ ହ୍ରିତିକଙ୍କ ପତ୍ନୀ ସୁଜାନେ ସ୍ୱାମୀଙ୍କଠାରୁ ଅଲଗା ହୋଇଥିଲେ ବୋଲି ଚର୍ଚ୍ଚା ହୋଇଥିଲା।

Comment