ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ସଂକ୍ରମଣକୁ ନେଇ ଚିନ୍ତାରେ ଟୁଇନ ସିଟିବାସୀ। ଏହି ଦୁଇ ସହରର ଶିକ୍ଷାନୁଷ୍ଠାନମାନଙ୍କରୁ ସର୍ବଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ, ସଜାଗ ହୋଇଛି ପ୍ରଶାସନ। ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ଏସସିବି ମେଡିକାଲରେ ପ୍ରସ୍ତୁତି ଆରମ୍ଭ ହୋଇଛି। ତେଣୁ ମେଡିକାଲର ଚକ୍ଷୁ ବିଭାଗର ଚତୁର୍ଥ ମହଲାରେ ସ୍ୱତନ୍ତ୍ର କରୋନା ୱାର୍ଡ କରାଯାଇଛି। ସେଠାରେ ଗୋଟିଏପଟେ ଆଇସୋଲେସ ୱାର୍ଡ ଓ ଅନ୍ୟପଟେ ଚିକିତ୍ସା କରାଯିବ।

ସେହି ୱାର୍ଡରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସମୁଦାୟ ୭୫ଟି ବେଡ୍ ରହିଛି ଏବଂ ସେମଧ୍ୟମରୁ ୨୩ଟି ଆଇସିୟୁ ବେଡ୍ ଅଛି। ସଂକ୍ରମିତଙ୍କ ସଂଖ୍ୟା ବଢ଼ିଲେ ଅଧିକ ବେଡ୍ ପକାଯିବ କହିଛନ୍ତି, ଏସସିବି ମେଡିକାଲର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା। ଏଥିସହ ସରକାର ଟିକାକରଣକୁ ଅଧିକ ଗୁରୁତ୍ୱ ଦେଉଥିବା କହିଛନ୍ତି ଡାକ୍ତର ମହାରଣା।

କିଛି ଦିନର ବ୍ୟବଧାନ ପରେ ଏବେ ପୁଣିଥରେ ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଉଭୟ ବିଏମସି ଓ ସିଏମସି ଏନେଇ ତତ୍ପରତା ପ୍ରକାଶ କରିବା ସହ ଆରଟିପିସିଆର ଟେଷ୍ଟ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୭୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୯୯ ଜଣ କ୍ୱାରେଣ୍ଟାଇନରୁ ହୋଇଥିବାବେଳେ, ୭୧ ଲୋକାଲ କେସ୍ ରହିଛି।

Comment