ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କିରଣ ଖେର କ୍ୟାନସରରେ ପୀଡ଼ିତ। କିରଣଙ୍କ ସ୍ୱାମୀ ତଥା ବଲିଉଡର ବରିଷ୍ଠ ଅଭିନେତା ଅନୁମପ୍‌ ଖେର୍‌ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଏହି ଖବର ବଲିଉଡରେ ବ୍ୟାପିବା ପରେ ବହୁ କଳାକାର କିରଣଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। କିରଣ ଏବେ ମୁମ୍ବାଇର ଏକ ହସ୍ପିଟାଲରେ ନିଜର ଚିକିତ୍ସା କରାଉଛନ୍ତି।

‘‘କିରଣ ଜଣେ ସାହସୀ ଓ ସହୃଦୟ ମହିଳା।  ସମସ୍ତଙ୍କ ଭଲପାଇବା ଓ ଆର୍ଶୀବାଦ ଯୋଗୁଁ କିରଣ ଖୁବଶୀଘ୍ର କ୍ୟାନସରକୁ ହରାଇବେ। ଏହା ମୋର ବିଶ୍ୱାସ’’, ଟୁଇଟ କରି ଲେଖିଛନ୍ତି ଅନୁପମ ଖେର।

କିଛି ମାସ ତଳେ କିରଣଙ୍କ ହାତରେ ଆଘାତ ଲାଗିଥିଲା। ଏହାର ଚିକିତ୍ସା କରିବା ପାଇଁ ଚଣ୍ଡିଗଡ଼ର ଏକ ହସ୍ପିଟାଲକୁ ଯାଇଥିଲେ କିରଣ। ସେଠାରେ ସେ ଜାଣିବାକୁ ପାଇଥିଲେ ଯେ, ତାଙ୍କୁ ବ୍ଲଡ କ୍ୟାନସର ହୋଇଛି। ଏହାପରଠାରୁ କିରଣ ଫିଲ୍ମ ଓ ବିଭିନ୍ନ କାର୍ଯ୍ୟକ୍ରମରୁ ଦୂରେଇ ରହି ନିଜର ଚିକିତ୍ସା କରୁଛନ୍ତି।

କିରଣ ଏବେ ଚଣ୍ଡିଗଡ଼ରରୁ ସାଂସଦ ଅଛନ୍ତି। ଏହସହିତ କିରଣ ଏବେ ଫିଲ୍ମରେ ମଧ୍ୟ ସକ୍ରିୟ ଥିଲେ। ସେ ତାଙ୍କ କ୍ୟାରିୟରରେ ଅଧିକାଂଶ ଫିଲ୍ମରେ ମା’ ଭୂମିକା ନିଭାଇ ଦର୍ଶକଙ୍କ ମନ କିଣିଛନ୍ତି।

Comment