ଓଡ଼ିଶାଲାଇଭ୍ ବ୍ୟୁରୋ
(ନବରଙ୍ଗପୁର ଗୌରାଙ୍ଗ ପାତ୍ର): ନବରଙ୍ଗପୁର ତୃପ୍ତି ହୋଟେଲ ସମ୍ମିଳନୀ କକ୍ଷରେ ଉତ୍କଳ ପରିଷଦ ପକ୍ଷରୁ ଉତ୍କଳ ଦିବସ ପାଳିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାର ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଥିଲେ, “ବର୍ତ୍ତମାନ ନବରଙ୍ଗପୁର ପାଇଁ ମହାପୁରୁଷଙ୍କ ବହୁ ଆବଶ୍ୟକତା ରହିଛି”।
ଉତ୍କଳ ଦିବସ ଅବସରରେ ମୁଖ୍ୟ ବକ୍ତା ଭାବେ ରଜତ କୁମାର ଷଡଙ୍ଗୀ ଯୋଗ ଦେଇଥିବା ବେଳେ ପ୍ରେମ ଚାନ୍ଦ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଶ୍ରୀ ଜଗନ୍ନାଥ ବେହେରା, ପ୍ରଭାସିନୀ ମହାନ୍ତି, ତପନ ବିଶୋଇ, ଜେମାମଣି ବିଶୋଇ, ଗୋପାଳ ପାଣିଗ୍ରାହୀ, କୈଳାଶ ବେହେରା, ଜଗଦୀଶ ତ୍ରିପାଠୀ, ଦେବଦାସ ମହାଙ୍କୁଡା, ସଂଜୀବ ସିଂ, ସରୋଜ ତ୍ରିପାଠୀ, ପର୍ଶୁରାମ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।
















