ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ଅନେକ କଳାକାର ଏମିତି ଅଛନ୍ତି ଯେଉଁମାନେ ପ୍ରଥମ ଫିଲ୍ମରୁ ହିଁ ଷ୍ଟାର ହୋଇଛନ୍ତି। ଗୋଟିଏ ସମୟରେ ବଲିଉଡକୁ ବ୍ୟାକ୍‌ ଟୁ ବ୍ୟାକ୍‌ ହିଟ୍‌ ଫିଲ୍ମ ଦେଇଛନ୍ତି। କିନ୍ତୁ ପରୀବର୍ତ୍ତୀ ସମୟରେ ସିନେମା ଜଗତରୁ କୁଆଡେ ଗାୟବ ହୋଇଯାଇଛନ୍ତି। ଏହିମାନଙ୍କ ଭିତରେ ଅଛନ୍ତି ଇମ୍ରାନ ଖାନ, ଅମିଶା ପଟେଲ, ଫରଦିନ ଖାନଙ୍କ ଭଳି କଳାକାର।

ଇମ୍ରାନ ଖାନ୍

‘ଆଇ ହେଟ୍ ଲଭ୍ ଷ୍ଟୋରୀଜ୍’, ‘ଜାନେ ତୁ ଜାନେ ନା’, ‘ଦିଲ୍ଲୀ ବେଲ୍ଲୀ’ ଭଳି ଅନେକ ସୁପରହିଟ୍ ସିନେମାରେ ଅଭିନୟ କରିଥିବା ଇମ୍ରାନ ଖାନ୍ ଏବେ ସିନେମା ଜଗତରୁ ହଜିଯାଇଛନ୍ତି। ନିକଟରେ ତାଙ୍କ ପରିବାର ସହିତ ଛୁଟି କଟେଇବାର ନଜର ଆସିଥିଲା । ଚକଲେଟ ବଏ ଭାବରେ ଜଣାଶୁଣା ଇମ୍ରାନ୍ ଖାନ୍ ନିକଟରେ ନିଜର ବିବାହ ବିବାଦ ପାଇଁ ଖବରରେ ଆସିଥିଲେ।

ମିଶା ପଟେଲ୍

ସୁପରହିଟ ପିଲ୍ମ ‘କହୋ ନା ପ୍ୟାର ହେ’ ସିନେମାରେ ହ୍ରିତିକ୍ ରୋଶନଙ୍କ ସହିତ ଅଭିନୟ କରିଥିବା ଅମିଶା ପରେ ପରେ ଅନେକ ହିଟ୍ ଫିଲ୍ମରେ ଅଭିନୟ କରିଥିଲେ । ‘ଗଦର୍‌ ଏକ ପ୍ରେମ୍ କାଥା’, ’ହମରାଜ’ ସିନେମାରେ ନିଜର ଅଭିନୟ ପାଇଁ ଦର୍ଶକଙ୍କ ମନ କିଣିନେଇଥିଲେ  ଅମିଶା। ଶେଷ ଥର ପାଇଁ ୨୦୧୮ର ‘ଭାଇୟାଜୀ ସୁପରହିଟ୍’ ଫିଲ୍ମରେ ନଜର ଆସିଥିଲେ, ଏବେ କିନ୍ତୁ ଅମିଶା ଇଣ୍ଡଷ୍ଟ୍ରିରୁ ଗାୟବ ଅଛନ୍ତି।

ଜାୟେଦ୍ ଖାନ୍

ଅଭିନେତା ସଞ୍ଜୟ ଖାନଙ୍କ ପୁଅ ଜାୟେଦ୍ ବଲିୟୁଡ଼ ଦୁନିଆରେ ଅନେକ ସୁପରହିଟ୍ ଫିଲ୍ମରେ ଅଭିନୟ କରିଥିଲେ। ସେ ଅଭିନୟ କରିଥିବା ଫିଲ୍ମମାନଙ୍କ ମଧ୍ୟରେ ରହିଛି ‘ଚୁରା ଲିୟା ହେ ତୁମ୍ନେ’, ‘ମେ ହୁଁ ନା’ ଏବଂ ‘ଫାଇଟକ୍ଲବ୍’ । ଶେଷ ଥର ପାଇଁ ୨୦୧୫ ମସିହାରେ ‘ସରାଫତ୍‌ ଗେୟୀ ତେଲ୍‌ ଲେନେ’ ସିନେମାରେ ନଜର ଆସିଥିଲେ ଜାୟେଦ୍ ଖାନ୍।

ରିମି ସେନ୍

‘ହଙ୍ଗାମା’, ‘ଧୂମ୍’, ‘ଗୋଲମାଲ୍’, ‘ଫିର୍ ହେରା ଫେରୀ’, ‘କିଉଁକି’ ଭଳି ବିଭିନ୍ନ ସୁପରହିଟ୍ ସିନେମାରେ ଅଭିନୟ କରି ବେଶ୍ ଲୋକପ୍ରିୟ ହୋଇଥିଲେ ରିମି ସେନ୍। କ୍ୟାମେରା ଆଗରେ ନିଜ ଅଭିନୟର କମାଲ ଦେଖାଇଥିବା ଏହି ଅଭିନେତ୍ରୀ ଶେଷଥର ପାଇଁ ୨୦୧୧ ମସିହାରେ ରିଲିଜ୍ ହୋଇଥିବା ‘ଶାଗିର୍ଦ’ ସିନେମାରେ ନଜର ଆସିଥିଲେ।

ଫରଦୀନ ଖାନ୍

ଶେଷଥର ପାଇଁ ୨୦୧୦ର ‘ଦୁଲ୍ହା ମିଲ୍ ଗୟା’ ସିନେମାରେ ଅଭିନୟ କରିବା ପରେ ଫିଲ୍ମ ଦୁନିଆରୁ ହଜି ଯାଇଥିଲେ ଫରଦୀନ। ନିକଟରେ ସୋସିଆଲ ମିଡ଼ିଆରେ ତାଙ୍କ ଫଟୋ ଭାଇରାଲ ହୋଇଥିଲା, ଯେଉଁଥିରେ ତାଙ୍କ ଓଜନ ବଢ଼ିଥିବା ଦେଖିବାକୁ ମିଳିଥିଲା। ଏହି ଫୋଟ ଦେଖି ଫ୍ୟାନମାନେ ତାଙ୍କୁ ଟ୍ରୋଲ୍ ମଧ୍ୟ କରିଥିଲେ। ସେ ଏବେ ସ୍କ୍ରିପ୍ଟ  ପଢ଼ୁଥିବା ଏବଂ ସିନେମା ଜଗତରେ କମବ୍ୟାକ କରିବାକୁ ଚାହୁଁଥିବା ସୂଚନା ମିଳିଛି।

Comment