ଓଡ଼ିଶାଲାଇଭ୍‌ ବ୍ୟୁରୋbollywood celebri

କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ବଲିଉଡ ଜଗତରେ ସଙ୍କଟ ଆଣିଛି। ଜଣକ ପରେ ଜଣେ ବଲିଉଡ କଳାକାର ଏବେ କରୋନା ଆକ୍ରାନ୍ତ ହେଉଛନ୍ତି। ଫଳରେ ପୂରା ଇଣ୍ଡଷ୍ଟ୍ରୀରେ ଏବେ ଭୟ ଦେଖାଯାଉଛି। ଅକ୍ଷୟ କୁମାର, ବିକି କୌଶଲ, ଭୂମି ପଡେନକରଙ୍କ ଭଳି କଳାକାର ଏବେ କରୋନା ଭାଇରସ କବଳରେ ଅଛନ୍ତି।

ଭୂମି ପଡେନକର

ବଲିଡଡ ଅଭିନେତ୍ରୀ ଭୂମି ପଡେନକର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଭୂମି ନିଜ ଇନଷ୍ଟାଗ୍ରାମରେ ଏହି ସୂଚନା ଦେଇଛନ୍ତି। ତେବେ ତାଙ୍କଠାରେ କରୋନାର ହାଲ୍‌କା ଲକ୍ଷଣ ଦେଖାଯାଉଛି, ଏବେ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି ଭୂମି ପଡେନକର। ଏହାସହିତ ଯେଉଁମାନେ ବି ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର କୋଭିଡ ଟେଷ୍ଟ କରାଇ ନିଅନ୍ତୁ ବୋଲି ଅନୁରୋଧ କରିଛନ୍ତି ଭୂମି।

ବିକି କୌଶଲ

ବଲିଉଡର ହ୍ୟାଣ୍ଡସମ୍‌ ହଙ୍କ୍‌ ଅଭିନେତା ବିକି କୌଶଲ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟ ସୋସିଆଲ ମିଡିଆରେ ଜରିଆରେ ଏହି ସୂଚନା ଦେଇଛନ୍ତି।

‘‘ସବୁ ପ୍ରକାର ସାବଧାନତା ଅବଲମ୍ବନ କରିବା ପରେ ମଧ୍ୟ ମୁଁ କରୋନା ଆକ୍ରାନ୍ତ ହୋଇଛି। ଏବେ ଘରେ କ୍ୱାରେଣ୍ଟାଇନରେ ରହିଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ଔଷଧ ଖାଉଛି ଏବଂ ଚିକିତ୍ସାରେ ରହିଛି। ଯେଉଁମାନେ ବି ନିକଟରେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର ଟେଷ୍ଟ କରାଇନିଅନ୍ତୁ’’,, କହିଛନ୍ତି ବିକି କୌଶଲ।Akshay-Kumar 4

ଅକ୍ଷୟ କୁମାର

ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର ମଧ୍ୟ କରୋନା ପଜିଟିଭ୍‌ ହୋଇଛନ୍ତି। ଅକ୍ଷୟ କୁମାର ରବିବାର ସନ୍ଧ୍ୟା ପ୍ରାୟ ୫ ବେଳେ ମୁମ୍ବାଇର ପୋଓ୍ଵାଇସ୍ଥିତ ହୀରାନନ୍ଦାନୀ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ସେ ମଧ୍ୟ ସୋସିଆଲ ମିଡିଆରେ ଜରିଆରେ ଫ୍ୟାନ୍ସମାନଙ୍କୁ ଏହି କଥା ଜଣାଇଛନ୍ତି।

ସେହିପରି ଆଲିୟା ଭଟ୍ଟ, ଅମୀର ଖାନ, ତାରା ସୂତରିୟା, ମନୋଜ ବାଜପେୟୀଙ୍କ ଭଳି ସେଲିବ୍ରିଟିମାନେ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି।

Comment