ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅମରେନ୍ଦ୍ର ସାହୁ, ଦେଶର ଷ୍ଟାର୍ଟଅପ୍‌ ଗ୍ୟାଲାକ୍ସିର ଜଣେ ସାଇନିଙ୍ଗ ଷ୍ଟାର। ବେଙ୍ଗାଳୁରୁ ବେସ୍‌ଡ ଷ୍ଟାର୍ଟଅପ୍‌ ‘ନେଷ୍ଟଆଓ୍ୱେ’ର ସେ ହେଲେ ସହ-ପ୍ରତିଷ୍ଠାତା ତଥା ସିଇଓ। ଦେଶର ବିଭିନ୍ନ ସହରରେ ଭଡ଼ା ଘର ସେବା ଯୋଗାଉଥିବା ‘ନେଷ୍ଟଆଓ୍ୱେ’ ଆଜିର ଦିନରେ ୨୫୦ ମିଲିଅନ୍‌ ଡଲାର‌ ଭେଲ୍ୟୁସନ୍‌ର କମ୍ପାନି। ହେଲେ ଦିନେ  କମ୍ପାନିର ସିଇଓ ଅମରେନ୍ଦ୍ର ସାହୁଙ୍କୁ ଚିହ୍ନି ନପାରି ତାଙ୍କୁ ନିଜ ଅଫିସକୁ ଯିବାକୁ ଦେଇନଥିଲେ ସିକ୍ୟୁରିଟି। ତାହେଲେ କ’ଣ ଥିଲା ସେହି ଘଟଣା?

ଅମରେନ୍ଦ୍ରଙ୍କୁ କାହିଁକି ଚିହ୍ନିପାରିଲେନି ସିକ୍ୟୁରିଟ?

ଥରେ ଅମରେନ୍ଦ୍ର ସାହୁଙ୍କ ବାପା ବେଙ୍ଗାଳୁରୁ ଆସିଥିଲେ। ସେ ଅମରେନ୍ଦ୍ରଙ୍କ ଅଫସି ଦେଖିବାକୁ ଚାହୁଁଥିଲେ। ସେତେବେଳକୁ ପ୍ରାୟ ହଜାରେ ଲୋକ ନେଷ୍ଟଆଓ୍ୱେ ଅଫିସ୍‌ରେ କାମ କରୁଥିଲେ। ଚକ୍‌ଚକ୍‌ କାଚ କୋଠାଘର। ହେଲେ ବାପାଙ୍କୁ ଧରି ଆସିଲା ବେଳେ ଅମରେନ୍ଦ୍ରଙ୍କୁ ସିକ୍ୟୁରିଟି ଗାର୍ଡ ଛାଡ଼ିଲେନି। କାରଣ ସେଦିନ ତରତରରେ ସେ ଆଇକାର୍ଡ ଭୁଲି ଯାଇଥିଲେ। ଅମରେନ୍ଦ୍ର ସାହୁଙ୍କୁ କହିବାକୁ ବି ଖରାପ ଲାଗୁଥାଏ ଯେ ସେ ଏଇ କମ୍ପାନିର ସିଇଓ। ସେତେବେଳେକୁ ତାଙ୍କ ବାପା ରାଗିକି ପଞ୍ଚମ। ସେଇଠୁ ଏଚ୍‌ଆର୍‌ ଆସି କହିବାରୁ ସିକ୍ୟୁରିଟି ତାଙ୍କୁ ଛାଡ଼ିଥିଲେ।

ସେଦିନ ତାଙ୍କ ବାପା କ୍ଷୁବ୍ଧ ହୋଇ ଅମରେନ୍ଦ୍ରଙ୍କୁ କହିଥିଲେ ଯେ, କ’ଣ ତୁ’ ସଂସ୍ଥା ତିଆରି କରିଛୁ, ତତେ କେହି ଚିହ୍ନନ୍ତନି। ଏବେ ବି ବାପା ଭାବନ୍ତି ମତେ କେହି ଜାଣନ୍ତିନି। ବେଳେବେଳେ କହନ୍ତି, ତୋ’ ଦ୍ୱାରା କିଛି ହେବ ନାହିଁ। ତୁ ଗୁମାସ୍ତା ରଖ।

‘ଓଡ଼ିଶାଲାଇଭ୍’ ପ୍ରସ୍ତୁତ ମାସିକ ୱେବ୍ ସିରିଜ୍  ‘ଷ୍ଟାର୍ଟଅପ୍ ଷ୍ଟୋରି’ରେ ଏକ ସାକ୍ଷାତକାର ଦେଇ ଅମରେନ୍ଦ୍ର ସାହୁ ତାଙ୍କ ଜୀବନର ଏହି ଅଭୁଲା ସ୍ମୃତି ବିଷୟରେ କହିଛନ୍ତି। ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍ ଚୀଙ୍କ ଏହି ‘ଷ୍ଟାର୍ଟଅପ୍‌ ଷ୍ଟୋରି’ର ଉପସ୍ଥାପନା କରୁଛନ୍ତି। ‘ଓଡ଼ିଶାଲାଇଭ୍‌’ ଫେସବୁକ୍‌ ଓ ୟୁଟ୍ୟୁବରେ ଦର୍ଶକ ଏହି ସାକ୍ଷାତକାର ଦେଖିପାରିବେ।

 ‘ନେଷ୍ଟଆଓ୍ୱେ’ କ’ଣ?

ଅଜଣା ସହରରେ ନିଜ ପାଇଁ ଏକ ଭଡ଼ା ଘର ଖୋଜିବା ଏକ ବଡ଼ ସମସ୍ୟା ହୋଇଥାଏ। ଏହି ସମସ୍ୟାର ଏକ ସହଜ ସମାଧାନ ସୂତ୍ର ବାହାର କରି ଅମରେନ୍ଦ୍ର ସାହୁ ଷ୍ଟାର୍ଟଅପ୍‌ ‘ନେଷ୍ଟଆଓ୍ୱେ’ ଆରମ୍ଭ କରିଥିଲେ। ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ନେଷ୍ଟଆଓ୍ୱେ’ ମାଧ୍ୟମରେ ଜଣେ ଅତି ସହଜରେ ଭଡ଼ାଘର ପାଇପାରୁଛନ୍ତି।

(ଓଡ଼ିଶାଲାଇଭ୍ ପ୍ରସ୍ତୁତ ମାସିକ ୱେବ୍ ସିରିଜ୍ – ‘ଷ୍ଟାର୍ଟଅପ୍ ଷ୍ଟୋରି’। ଉପସ୍ଥାପନା: ସୁବ୍ରତ ବାଗ୍‌ଚୀ। ସହଭାଗିତା: ଷ୍ଟାର୍ଟଅପ୍ ଓଡ଼ିଶା। ଇଣ୍ଡଷ୍ଟ୍ରି ପାର୍ଟନର୍‌: ଇମ୍ଫା, ଟାଇ ଭୁବନେଶ୍ୱର, ଫିକି। ପ୍ରିଣ୍ଟ ପାର୍ଟନର: ସମ୍ବାଦ। ରେଡିଓ ପାର୍ଟନର: ରେଡିଓ ଚକ୍‌ଲେଟ୍‌, କମ୍ୟୁନିଟି ରେଡିଓ ପାର୍ଟନର୍‌: ରେଡିଓ ନମସ୍କାର, ରେଡିଓ ସୁରଭି। ଓଡ଼ିଶାଲାଇଭର ୟୁଟ୍ୟବ୍ ଓ ଫେସବୁକ ପେଜ୍‌ରେ ପ୍ରତି ମାସ ୧ ତାରିଖରେ ଷ୍ଟାର୍ଟଅପ୍‌ ଷ୍ଟୋରିର ନୂଆ ନୂଆ ଅଧ୍ୟାୟ ପ୍ରସାରିତ ହେଉଛି।)

Comment