ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବା ବେଳେ ରାଜଧାନୀ ଭୁବନେଶ୍ଵରରୁ ପ୍ରତିଦିନ ଶତାଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଏଥିପାଇଁ ଭୁବନେଶ୍ଵର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ରାଜଧାନୀବାସୀଙ୍କ ପାଇଁ ଏକ ହେଲ୍‌ପଲାଇନ୍ ନମ୍ବର କାର୍ଯ୍ୟକ୍ଷମ କରାଯାଇଛି।

ଏହି ହେଲ୍‌ପଲାଇନ୍ ନମ୍ବରଟି ହେଉଛି ‘୧୯୨୯’। ଏହି ନମ୍ଵରଟି ନିଶୁଳ୍କ ଅଟେ, ଏଥିପାଇଁ ନାଗରିକମାନଙ୍କୁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳରେ କରୋନା ମହାମାରୀ ସମ୍ବନ୍ଧୀୟ ଯେକୌଣସି ଅନୁସନ୍ଧାନ ପାଇଁ ନାଗରିକମାନେ ଏହି ନମ୍ବରକୁ ଯୋଗାଯୋଗ କରିପାରିବେ।

୨୪ ଘଣ୍ଟା ଏହି ଟୋଲ୍ ଫ୍ରି ନମ୍ବର ଖୋଲା ରହିବ। ନାଗରିକମାନେ ଆବଶ୍ୟକ ଅନୁସାରେ ଯେକୌଣସି ସମୟରେ ଯୋଗାଯୋଗ କରି ନିଜର ଅସୁବିଧା ଜଣାଇପାରିବେ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

Comment