ଓଡ଼ିଶାଲାଇଭ୍‌ ବ୍ୟୁରୋ

ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଶପଥ ନେଇଛନ୍ତି ମମତା ବାନାର୍ଜୀ। କୋଲକାତା ରାଜଭବନରେ ଆୟୋଜିତ ହୋଇଥିବା ଶପଥ ଗ୍ରହଣ ଉତ୍ସବରେ ମମତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ରାଜ୍ୟପାଳ ଜଗଦୀପ ଧନଖର।

ତେବେ କରୋନା କଟକଣା ପାଇଁ ମମତାଙ୍କ ଶପଥ ଗ୍ରହଣ ଉତ୍ସବରେ ବେଶୀ ଲୋକ ସାମିଲ ହୋଇନାହାନ୍ତି। ଅଳ୍ପ କେତେଜଣ ଅତିଥିଙ୍କ ଉପସ୍ଥିତିରେ ମମତା ଦାୟିତ୍ୱ ନେଇଛନ୍ତି। ଅନ୍ୟପଟେ କୋଭିଡ କଟକଣା ପାଇଁ ଆଜି ବିଧାୟକମାନଙ୍କର ଶପଥ ପାଠ ହେବ ନାହିଁ।

ଚଳିତ ଥର ପଶ୍ଚିମବଙ୍ଗ ନିର୍ବାଚନ ଉପରେ ସମସ୍ତଙ୍କ ନଜର ଥିଲା। ବିଜେପି ଓ ଟିଏମ୍‌ସି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିବାରୁ ପଶ୍ଚିମବଙ୍ଗ ଚର୍ଚ୍ଚାର କେନ୍ଦ୍ର ପାଲଟିଥିଲା। ଏଥର ୨୦୦ ଆସନ ଜିତି ବିଜେପି ସରକାର ଗଢ଼ିବ ବୋଲି ଦାବି କରୁଥିଲା। ମାତ୍ର ମମତାଙ୍କ ରଣନୀତି ଆଗରେ ବିଜେପି ମାରିଲା। ଫଳସ୍ୱରୂପ ପୁଣି ଥରେ ପଶ୍ଚିମବଙ୍ଗରେ ଏବେ ମମତାଙ୍କ ରାଜ୍‌ ଚାଲିବ।

Comment