ଓଡ଼ିଶାଲାଇଭ୍ ବ୍ୟୁରୋ

ଆସୁଛି ବାତ୍ୟା ୟାସ୍। ବାତ୍ୟାର ଗତିବିଧି ସମ୍ପର୍କରେ ଟିକିନିଖି ଖବର ଜାଣନ୍ତୁ ୟାସ୍ ଅପ୍‌ଡେଟ୍‌ରୁ।

  • ଆସୁଛି ବାତ୍ୟା ୟାସ୍
  • ମେ’୨୬ତାରିଖରେ ବାଲେଶ୍ୱର ଓ ଧାମରା ପାଖରେ ସ୍ଥଳ ଭାଗ ଛୁଇଁବ ୟାସ୍
  • ପରାଦୀପଠାରୁ ୨୮୦କିମି ଦୂରରେ ରହିଛି ୟାସ୍‌
  • ବର୍ତ୍ତମାନ ୟାସ୍ ର ବେଗ ଘଣ୍ଟା ପ୍ରତି ୧୭କିମି ରହିଛି
  • ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ ଏସ୍‌ଆରସିଙ୍କ ନିର୍ଦ୍ଦେଶ
  • ବାତ୍ୟା ୟାସ୍ ପ୍ରଭାବରେ ପାରାଦୀପରେ ସର୍ବାଧିକ ବର୍ଷା
  • ସକାଳ ୮ଟା ସୁଦ୍ଧା ପାରାଦୀପରେ ୧୬୧.୧ମିମି ବର୍ଷା
  • ପାରାଦୀପ ଓ ଧାମରା ବନ୍ଦରରେ ୧୦ନମ୍ବର ବିପଦ ସଙ୍କେତ ଜାରି
  • ପୁରୀରେ ୮ନମ୍ବର ବିପଦ ସଙ୍କେତ
  • ଗୋପାଳପୁରରେ ୩ନମ୍ବର ବିପଦ ସଙ୍କେତ
  • ଅସ୍ତରଙ୍ଗରେ ୧୧୫ମିମି, କୁଜଙ୍ଗ ଅଞ୍ଚଳରେ ୧୧୦ମିମି ବର୍ଷା ହୋଇଛି
  • କଟକ ଓ ଭୁବନେଶ୍ୱରରେ ପବନର ବେଗ ୬୦ରୁ ୯୦ କିମି ରହିବ
  • ବାତ୍ୟା ସମୟରେ ଘରୁ ବାହାରକୁ ନଯିବାକୁ ପରାମର୍ଶ
  • ଅନ୍ତତଃ ୪ଦିନ ପର୍ଯ୍ୟନ୍ତ ପିଇବା ପାଣି ଗଚ୍ଛିତ ରଖନ୍ତୁ
  • ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଅଧିକ ପ୍ରଭାବିତ
  • କେନ୍ଦ୍ରାପଡ଼ା, ଜଗତସିଂପୁର ଅଞ୍ଚଳକୁ ସତର୍କ ସୂଚନା
  • ସମୁଦାୟ ୬୯୦୦ ପାଖାପାଖି ବାତ୍ୟା ଆଶ୍ରୟସ୍ଥଳ ରହିଛି
  • ଆଜି ସନ୍ଧ୍ୟା ସୁଦ୍ଧା ସାଢ଼େ ୭ଲକ୍ଷ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ ଲକ୍ଷ୍ୟ
  • ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ ଓ ମାସ୍କ ଯୋଗାଇ ଦେବାକୁ ସରକାରଙ୍କ ନିର୍ଦ୍ଦେଶ
  • ବାତ୍ୟା ସମୟରେ ୪ରୁ ୬ଘଣ୍ଟା ଛାତ ଘରେ ରହିବାକୁ ପରାମର୍ଶ
  • ବାଲେଶ୍ୱର ଓ ଭଦ୍ରକରେ ସମୁଦ୍ରରେ ୨ରୁ ୪ମିଟର ଜୁଆର ଆସିବ
  • କେନ୍ଦ୍ରାପଡ଼ା ଓ ଜଗତସିଂପୁରରେ ୨ମିଟର ଜୁଆର ଆସିବ
  • ମୟୂରଭଞ୍ଜ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲା ମଧ୍ୟ ପ୍ରଭାବିତ ହେବ

Comment