ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦୁଝର ପରେ ବାଲେଶ୍ଵର ଜିଲ୍ଲା ଭାସ୍କରଗଞ୍ଜରେ ଆଉ ଏକ ବାତ୍ୟା ଅଘଟଣ ଦେଖିବାକୁ ମିଳିଛି। ବୁଧବାର ସକାଳେ ଜଣେ ବ୍ୟକ୍ତିଙ୍କ ଉପରେ ଏକ ନଡ଼ିଆ ଗଛ ଭାଙ୍ଗି ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ୨୨ ବର୍ଷୀୟ ମଣ୍ଟୁ ଜେନା।

ବାତ୍ୟା ୟାସ୍‌ର ପ୍ରଭାବରେ ଆଜି ସକାଳେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଗଛ ପଡ଼ି ଜଣଙ୍କର ମୃତ୍ୟୁ ଘଟିଥିଲା।ସକାଳ ୯ଟାରେ ବାତ୍ୟା ୟାସ୍ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ କରିଥିଲା। ଧାମରାଠାରୁ ବାତ୍ୟା ୪୫ କିଲୋମିଟର ଦୂରକୁ ଯାଇ ବାଲେଶ୍ଵର ସଦର ପାଖରେ ଏବେ ବାତ୍ୟା ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଜାରି ରହିଛି। ଏହା ଶେଷ ହେବାକୁ ଆହୁରି ୨ରୁ ୩ ଘଣ୍ଟା ଲାଗିବ।

Comment