ଓଡ଼ିଶାଲାଇଭ୍ ବ୍ୟୁରୋ

“ବାତ୍ୟାରେ ଜୀବନ ବଞ୍ଚିଗଲା ସତ କିନ୍ତୁ ଏଯାଏଁ ଆମ ପାଖରେ କୌଣସି ଖାଦ୍ୟ ସାମଗ୍ରୀ ପହଞ୍ଚିନାହିଁ । ଭୋକ ଉପାସରେ ଛୁଆ ପିଲାଙ୍କୁ ଧରି ପାଣି ଘେରରେ ବସି ରହିଛୁ । ଜୁଆର ଯୋଗୁଁ ଗାଁରେ ଲୁଣି ପାଣି ମାଡ଼ିଥିବାରୁ ପିଇବା ପାଇଁ ପାଣି ଟିକେ ବି ମିଳିନି”, କହିଛନ୍ତି ବାଲେଶ୍ୱର ଜିଲ୍ଲା ସାର୍ଥା ଚକ ଅଞ୍ଚଳବାସୀ ।

ବଙ୍ଗୋସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟାସ୍ ଉପକୂଳ ଅତିକ୍ରମ କରିଛି । ରାଜ୍ୟରୁ ବାତ୍ୟା ସଙ୍କଟ ଟଳିଥିଲେ ମଧ୍ୟ ବାତ୍ୟାର ପରବର୍ତ୍ତୀ ପ୍ରଭାବ ଏପର୍ଯ୍ୟନ୍ତ ଅଞ୍ଚଳରେ ରହିଛି । ୟାସ୍ ପାଇଁ ପ୍ରବଳ ବର୍ଷା ଅନୁଭୂତ ହୋଇଥିବାରୁ ବାଲେଶ୍ୱର ଜିଲ୍ଲାର ଅନେକ ଗାଁ ଏବେବି ଜଳମଗ୍ନ ହୋଇରହିଛି । ବିଶେଷକରି ଜିଲ୍ଲାର ସାର୍ଥା ଚକ ଅଞ୍ଚଳର ଲୋକମାନେ ଏଯାଏଁ ଘରକୁ ଫେରିନାହାଁନ୍ତି । ପାଣି ଭିତରେ ଭୋକ ଉପାସରେ ବସି ରହିଛନ୍ତି ।
ପ୍ରଶାସନ ବାତ୍ୟା ପାଇଁ ପ୍ରସ୍ତୁତ ଏବଂ ଜିଲ୍ଲାର ଲୋକମାନଙ୍କୁ ରିଲିଫ ଯୋଗାଇ ଦିଆଯାଉଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଥିଲେ ହେଁ, ଏଠାରେ ସେଭଳି କିଛି କାର୍ଯ୍ୟ ହେଉଥିବା ଦେଖିବାକୁ ମିଳିନାହିଁ। ଏପର୍ଯ୍ୟନ୍ତ ଚକ ଅଞ୍ଚଳର ଲୋକମାନଙ୍କ ପାଖରେ ସ୍ଥାନୀୟ ପ୍ରଶାସାନ, ଓଡ୍ରାଫ ଟିମ୍ କିମ୍ବା ଅନ୍ୟ କୌଣସି ସରକାରୀ ସହାୟତା ପହଞ୍ଚିନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି।

Comment