ଓଡ଼ିଶାଲାଇଭ୍ ବ୍ୟୁରୋ

ନିକଟରେ ଓଡ଼ିଶାରେ ଦେଖା ଦେଇଥିଲା ବାତ୍ୟା ପରିସ୍ଥିତି। ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ୟାସ୍ ମେ’୨୬ରେ ଉପକୂଳ ଅତିକ୍ରମ କରିଛି। ସାଧାରଣତଃ ବାତ୍ୟା ପରବର୍ତ୍ତୀ ସମୟରେ ଅନେକ ପ୍ରକାରର ଜଳବାହିତ ରୋଗର ସମ୍ଭାବନା ରହିଥାଏ। ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ ଥିବା ସମସ୍ତ ନିୟମ ମାନିବା ସହ କୋଭିଡ୍ ସମ୍ପର୍କିତ ସମସ୍ତ ପ୍ରତିଷେଧକ ନିୟମକୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଥିସହ ଆବଶ୍ୟକ ସ୍ଥଳେ ଆଶା କିମ୍ବା ସ୍ୱାସ୍ଥ୍ୟକର୍ମୀଙ୍କ ସହ ଯୋଗାଯୋଗ ମଧ୍ୟ କରିବାକୁ କୁହାଯାଇଛି।

କ’ଣ କରିବେ?

  • ୨୦ରୁ ୨୫ଲିଟର ପିଇବା ପାଣିରେ ଗୋଟିଏ ୯୭୫ ମି.ଗ୍ରାର କ୍ଟୋରିନ ବଟିକା କିମ୍ବା ୧ଲିଟର ପାଣିରେ ଗୋଟିଏ ହାଲୋଜେନ୍ ବଟିକା ମିଶାନ୍ତୁ।
  • ମିଶାଇବାର ସଙ୍ଗେସଙ୍ଗେ ସେହି ପାଣିକୁ ନ ପିଇ, ପ୍ରାୟ ୧ଘଣ୍ଟା ପରେ ସେହି ପାଣି ପିଅନ୍ତୁ।
  • ରାଜ୍ୟରେ କରୋନା ସଙ୍କଟ ଟଳି ନଥିବାରୁ ସମସ୍ତେ ମୁହଁରେ ମାସ୍କ ପିନ୍ଧନ୍ତୁ।
  • ଖାଇବା ପରେ/ପୂର୍ବରୁ କିମ୍ବା ଶୌଚ ହେବାପରେ ହାତକୁ ୪୦ରୁ ୬୦ସେକେଣ୍ଡ ପର୍ଯ୍ୟନ୍ତ ସାବୁନ୍‌ରେ ଭଲ ଭାବରେ ଧୁଅନ୍ତୁ।
  • ରନ୍ଧା ଖାଦ୍ୟକୁ ସର୍ବଦା ଘୋଡ଼ାଇ ରଖନ୍ତୁ। ଖାଦ୍ୟରେ ଯେମିତି ମାଛି ନବସେ ଏବଂ ବାହାର ଜିନିଷ ନପଡ଼ିବ ସେଥିପ୍ରତି ଧ୍ୟାନ ଦେବେ।
  • ତରଳ ଝାଡ଼ା ହେଲେ ଓଆରଏସ ପିଅନ୍ତୁ।
  • ସାପ କାମୁଡ଼ିଲେ ତୁରନ୍ତ ଡାକ୍ତରଖାନା ଯାଆନ୍ତୁ।
  • ମ୍ୟାଲେରିଆ ଏବଂ ଡେଙ୍ଗୁର ରକ୍ଷା ପାଇବା ପାଇଁ ମଶାରୀ ଟାଣି ଶୁଅନ୍ତୁ।
  • ଘର ଚାରିପାଖ ପରିଷ୍କାର ରଖନ୍ତୁ ଏବଂ ପାଣି ଜମିବାକୁ ଦିଅନ୍ତୁ ନାହିଁ।

Comment