ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ଟ୍ରାଜେଡି କିଙ୍ଗ ଦିଲ୍ଲୀପ କୁମାରଙ୍କ ପ୍ରଥମ ନାମ ଥିଲା ମହମ୍ମଦ ୟୁସୁଫ ଖାନ। କାହିଁକି ନିଜ ନାଁ ପରିବର୍ତ୍ତନ କରିଥିଲେ ଏହି ଭେଟେରାନ ଅଭିନେତା ଜାଣନ୍ତୁ।

ବଲିଉଡର ଟ୍ରାଜେଡି କିଙ୍ଗ ଦିଲ୍ଲୀପ କୁମାର। ଏହି ଅଭିନେତା ଜଣଙ୍କ ସବୁ ଚରିତ୍ରରେ ଅଭିନୟ କରି ପଚାଶ ଦଶକରୁ ଦର୍ଶକଙ୍କ ଦିଲରେ ରାଜ କରିଆସୁଥିଲେ। ଆଜିବି ଦିଲ୍ଲୀପ କୁମାରଙ୍କ କଥା କହିଲେ, ଦର୍ଶକଙ୍କ ମନରେ ଆସେ ଫିଲ୍ମ ‘ମୁଗଲ-ଏ-ଆଜମ’ ଓ ‘ଦେବଦାସ’। ଏକଦା ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ପ୍ରିୟ ଅଭିନେତା ଥିଲେ ଦିଲ୍ଲୀପ କୁମାର।କାହିଁକି ତାଙ୍କୁ ‘ଟ୍ରାଜେଡି କିଙ୍ଗ’ କୁହାଯାଉଥିଲା?

ଭେଟେରାନ ଅଭିନେତା ଦିଲ୍ଲୀପ କୁମାରଙ୍କୁ ସମସ୍ତେ ଟ୍ରାଜେଡି କିଙ୍ଗ ନାମରେ ଜାଣନ୍ତି। ଟ୍ରାଜେଡି ବା ଦୁଃଖ ପ୍ରେମ କାହାଣୀରେ ମୁଖ୍ୟ ଭୂମିକାରେ ଅଭିନୟ କରି ଦିଲ୍ଲୀପ ତାଙ୍କ ଜୀବନ କାଳରେ ଅନେକ ସଫଳତା ସାଉଣ୍ଟିଛନ୍ତି। ତେଣୁ ତାଙ୍କୁ ଟ୍ରାଜେଡି କିଙ୍ଗର ଆଖ୍ୟା ଦିଆଯାଇଛି।

ନଦୀଆ କେ ପାର, ଅନ୍ଦାଜ, ମେଳା, ଅରଜୁ, ଦେବଦାସ ଆଦି ଫିଲ୍ମରେ ତାଙ୍କର ପ୍ରଦର୍ଶନ ଅତି ଉଚ୍ଚକୋଟୀର ଥିଲା। ଏମିତି ଶୁଣିବାକୁ ମିଳୁଛି ଯେ, ଦେବଦାସ ଭଳି ଚଳଚ୍ଚିତ୍ରରେ କାମ କରି ଦିଲ୍ଲୀପ କୁମାର ଡିପ୍ରେସନରେ ଚାଲିଯାଇଥିଲେ। ଯାହାଫଳରେ ତାଙ୍କୁ ମନସ୍ତତ୍ତ୍ଵବିତଙ୍କ ଆବଶ୍ୟକ ପଡ଼ିଥିଲା।ଦିଲ୍ଲୀପ କୁମାରଙ୍କ ଜନ୍ମ

୧୯୨୨ମସିହା ଡିସେମ୍ବର ୧୧ତାରିଖରେ ପାକିସ୍ତାନରେ ତାଙ୍କର ଜନ୍ମ ହୋଇଥିଲା। ନାସିକଠାରେ ସେ ତାଙ୍କର ପାଠ ପଢ଼ା ସମ୍ପୂର୍ଣ୍ଣ କରିଥିଲେ। ସେ ୧୯୩୦ମସିହାରେ ପରିବାର ବର୍ଗଙ୍କ ସହ ମୁମ୍ବାଇକୁ ଆସିଥିଲେ। ଏହାପରଠାରୁ ସେ ଅଭିନୟ ଦିଗ ପ୍ରତି ମନ ବଳାଇଥିଲେ। ୨୨ବର୍ଷ ବୟସରେ ସେ ବଲିଉଡରେ ପାଦ ଥାପିଥିଲେ।ଦିଲ୍ଲୀପ କୁମାରଙ୍କ କ୍ୟାରିୟର

ଦିଲ୍ଲୀପ କୁମାରଙ୍କ ପ୍ରଥମ ନାମ ମହମ୍ମଦ ୟୁସୁଫ ଖାନ୍ ଥିଲା। ପରେ ସେ ପରଦାରେ ଦିଲ୍ଲୀପ କୁମାର ନାମରେ ପରିଚିତ ହୋଇଥିଲେ। ପ୍ରଡ୍ୟୁସର ଦେବିକା ରାଣୀଙ୍କ କଥାରେ ସେ ତାଙ୍କ ନାମ ପରିବର୍ତ୍ତନ କରିଥିଲେ। ୧୯୪୪ରେ ‘ଭାଟା’ ଫିଲ୍ମରେ ଏହି ଭେଟେରାନ୍ ଅଭିନେତା ଡେବ୍ୟୁ କରିଥିଲେ। ସେହିଠାରୁ ଆରମ୍ଭ ହୋଇଥିଲା ତାଙ୍କ ଯାତ୍ରା।ଦିଲ୍ଲୀପ କୁମାରଙ୍କ ଅଭିନୀତ ଫିଲ୍ମ

୧୯୪୭ମସିହାରେ ହୋଇଥିବା ଫିଲ୍ମ ‘ଜୁଗୁନୁ’ରୁ ଦିଲ୍ଲୀପ କୁମାରଙ୍କୁ ମିଳିଥିଲା ପ୍ରଥମ ସଫଳତା। ଅନ୍ୟ ଅର୍ଥରେ କହିବାକୁ ଗଲେ ଦିଲ୍ଲୀପ କୁମାରଙ୍କ ପ୍ରଥମ ହିଟ୍ ଫିଲ୍ମ ଥିଲା ‘ଜୁଗୁନୁ’। ସେହି ସମୟରେ ଅଭିନେତ୍ରୀ ନୂର ଜାହାଁଙ୍କ ସହ ତାଙ୍କର ଯୋଡି ବେଶ୍ ହିଟ୍ ଥିଲା। ଦର୍ଶକ ଏହି ଯୋଡ଼ିକୁ ପସନ୍ଦ ମଧ୍ୟ କରୁଥିଲେ। ଏହାପରେ ଅଭିନେତା ଫିଲ୍ମ ଜଗତକୁ ଅନେକ ସୁପରହିଟ୍ ଫିଲ୍ମ ଭେଟି ଦେଇଛନ୍ତି। ଷାଠିଏ ଦଶକରେ ପାଖାପାଖି ୬୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ ଦିଲ୍ଲୀପ କୁମାର।

୧୯୬୦ରେ ନିର୍ମାଣ ହୋଇଥିବା ‘ମୁଗଲ-ଏ-ଆଜମ’ ଫିଲ୍ମ ସେ ସମୟରେ ବଡ଼ ବଜେଟ୍‌ରେ ହୋଇଥିଲା। ଏଥିରେ ଦିଲ୍ଲୀପ କୁମାରଙ୍କ ଅଭିନୟ ଆଜିବି ଦର୍ଶକ ମନ ରଖିଛନ୍ତି। ସେହିପରି ୧୯୫୧ମସିହାରେ ‘ଦୀଦାର’, ୧୯୫୫ରେ ‘ଦେବଦାସ’, ‘ନଦୀଆ କେ ପାର’, ‘ଅନ୍ଦାଜ’, ‘ମେଳା’, ‘ଅରଜୁ’, ‘ମଧୂମତି’ ଇତ୍ୟାଦି ଅନେକ ହିଟ୍ ଫିଲ୍ମ ବଲିଉଡ ଜଗତକୁ ଭେଟି ଦେଇଛନ୍ତି ଦିଲ୍ଲୀପ କୁମାର।ଦିଲ୍ଲୀପ କୁମାରଙ୍କ ଉପଲବ୍ଧି

ଦିଲ୍ଲୀପ କୁମାରଙ୍କୁ ୮ଟି ଫିଲ୍ମଫେୟାର ଆୱାର୍ଡ ମିଳିଛି। ସବୁଠାରୁ ଅଧିକ ଆୱାର୍ଡ ମିଳିଥିବା କାରଣରୁ ତାଙ୍କର ନାମ ଗିନିଜ୍ ଓ୍ବାର୍ଲ୍ଡ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି। ତାଙ୍କୁ ୧୯୯୧ ମସିହାରେ ପଦ୍ମ ଭୂଷଣ ଏବଂ ୨୦୧୫ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ସେ ୧୯୯୪ମସିହାରେ ‘ଦାଦା ସାହେବ ଫାଲକେ’ ଆୱାର୍ଡରେ ସମ୍ମାନୀତ ହୋଇଥିଲେ। ଏଥିସହ ୨୦୦୦ରୁ ୨୦୦୬ ପର୍ଯ୍ୟନ୍ତ ସେ ରାଜ୍ୟସଭାର ସଦସ୍ୟ ମଧ୍ୟ ହୋଇଥିଲେ। ୧୯୯୮ରେ ସେ ପାକିସ୍ତାନର ସର୍ବଶ୍ରେଷ୍ଠ ନାଗରିକ ସମ୍ମାନ ‘ନିଶାନ-ଏ-ଇମତିୟାଜ’ ସମ୍ମାନରେ ସମ୍ମାନୀତ ହୋଇଥିଲେ।ବର୍ଷିଆନ ଅଭିନେତା ଦିଲ୍ଲୀପ କୁମାର କେବଳ ଜଣେ ଅଭିନେତା ନଥିଲେ, ସେ ଏକାଧାରାରେ ଜଣେ ଲେଖକ, ଗାୟକ ଏବଂ ବାଦ୍ୟକାର ମଧ୍ୟ ଥିଲେ। ଫିଲ୍ମ ଜଗତକୁ ଆସିବା ପୂର୍ବରୁ ୧୯୪୨ମସିହାରେ ପ୍ରକାଶ ପାଉଥିବା ‘ବମ୍ବେ ଟକିଜ’ ପତ୍ରିକାରେ ସ୍କ୍ରିପ୍ଟ ରାଇଟର ଭାବେ କାର୍ଯ୍ୟ କରୁଥିଲେ ଅଭିନେତା ଦିଲ୍ଲୀପ କୁମାର।

Comment