ଓଡ଼ିଶାଲାଇଭ୍ ବ୍ୟୁରୋ

ବଡ଼ଦାଣ୍ଡକୁ ଆସି ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳା ନନ୍ଦ ସରସ୍ଵତୀ ମହାରାଜ। ପ୍ରଥମେ ବଳଭଦ୍ର, ଦ୍ୱିତୀୟରେ ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ରଥକୁ ଯାଇ ଦର୍ଶନ କରିଛନ୍ତି ଶଙ୍କରାଚାର୍ଯ୍ୟ। ରଥଯାତ୍ରା ଦିନ ରଥାରୂଢ଼ ତିନି ଠାକୁରଙ୍କୁ ଶଙ୍କରାଚାର୍ଯ୍ୟ ଦର୍ଶନ କରିବାର ବିଧି ରହିଛି।

ଘଣ୍ଟ, କାହାଳି ଓ ତେଲେଙ୍ଗି ବାଜା ତାଳେ ତାଳେ ଚକ୍ରରାଜ ସୁଦର୍ଶନ, ମହାପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କୁ ସେବକମାନେ ଦୋଳାୟିତ ଢଙ୍ଗରେ ତିନି ରଥରେ ବିଜେ କରାଇଛନ୍ତି। ମହାପ୍ରଭୁଙ୍କ ପ୍ରାତଃକାଳୀନ ମଙ୍ଗଳ ଆଳତି, ଅବକାଶ, ବଲ୍ଲଭ, ଖେଚେଡ଼ି ଭୋଗ ଆଦି ନୀତି ସମାପନ ପରେ ତିନି ରଥରେ ନେତ ଓ କଳସ ସ୍ଥାପନ ହୋଇ ରଥମାନଙ୍କ ପ୍ରତିଷ୍ଠା ଓ ପରେ ପରେ ମଙ୍ଗଳାର୍ପଣ ତଥା ପହଣ୍ଡି ବିଜେ ନୀତି ସମ୍ପନ୍ନ ହୋଇଛି।ଆଜି ଭକ୍ତିମୟ ପରିବେଶରେ ପୂରି ଉଠୁଛି ବଡ଼ଦାଣ୍ଡ। ନବଦିନାତ୍ମକ ଯାତ୍ରାରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନବେଦୀରୁ ଜନ୍ମବେଦୀକୁ ଯିବେ ମହାପ୍ରଭୁ। ତେବେ କରୋନା କଟକଣା ମଧ୍ୟରେ ପୁରୀରେ ବିନା ଭକ୍ତରେ ଅନୁଷ୍ଠିତ ହୋଇଛି ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା।

Comment