ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲିରେ ଦୁଇଟି ଭିନ୍ନ ଭିନ୍ନ ଆକାରର ରଥ ନିର୍ମାଣ କରିଛନ୍ତି। ୪୩.୨ଫୁଟ ଉଚ୍ଚତା ଏବଂ ୩୫ଫୁଟ ଚଉଡ଼ା ବିଶିଷ୍ଟ ଗୋଟିଏ ଥ୍ରୀଡି ରଥ ତିଆରି କରିଥିବାବେଳେ, ଆଉ ଗୋଟିଏ ୬.୨ଇଞ୍ଚ ବିଶିଷ୍ଟ ସବୁଠାରୁ କ୍ଷୁଦ୍ର ବା ଛୋଟ ରଥ ତିଆରି କରିଛନ୍ତି।

ରଥ ଯାତ୍ରା ଅବସରରେ ପୁରୀ ବେଳାଭୂମିରେ ଦୁଇଟି ରଥ ତିଆରି କରିଛନ୍ତି ସୁଦର୍ଶନ ପଟ୍ଟନାୟକ। ତାଙ୍କ ଦ୍ଵାରା ନିର୍ମିତ ଗୋଟିଏ ରଥ ବିଶ୍ୱର ସବୁଠାରୁ ବଡ ଥ୍ରୀଡି ବାଲୁକା କଳା ଭାବରେ ପରିଚିତ ହୋଇଥିବାବେଳେ, ଅନ୍ୟଟି କ୍ଷୁଦ୍ର ବାଲୁକା ରଥ ଭାବରେ ବେଶ୍ ଆକର୍ଷଣୀୟ ହୋଇଛି।୬.୨ଇଞ୍ଚର ରଥ ତିଆରି କରି ନିଜ ଟୁଇଟରେ ଲେଖିଛନ୍ତି, “ରଥ ଯାତ୍ରାର ଶୁଭ ଅବସରରେ ଏହା ହେଉଛି ମୋର ସବୁଠାରୁ କ୍ଷୁଦ୍ର ବାଲି ରଥ। ଭକ୍ତ କବି ବଳରାମ ଦାଶଙ୍କୁ ସମ୍ମାନ ଜଣାଇ ମୁଁ ଏହି ରଥଟିକୁ ତିଆରି କରିଛି।”ସେହିପରି ରଥଯାତ୍ରା ଅବସରରେ ସୁଦର୍ଶନ ପଟ୍ଟନାୟକ ଓ ତାଙ୍କ ଅନୁଷ୍ଠାନର ଦୁଇ ଜଣ ଛାତ୍ରୀ ଶୁଭଶ୍ରୀ ମିଶ୍ର, ସସ୍ମିତା ନାୟକ ଏକ ସ୍ୟାଣ୍ଡ ଆନିମେସନ କରିଛନ୍ତି। ଉକ୍ତ ଆନିମେସନରେ ପ୍ରଭୁ ଜଗନ୍ନାଥ, ମହାପ୍ରଭୁଙ୍କ ତିନି ରଥ ସ୍ଥାନ ପାଇଛି।

Comment