ଓଡ଼ିଶାଲାଇଭ୍ ବ୍ୟୁରୋ

ପୋଡ଼ ପିଠା ହେଉଛି ଏକ ପାରମ୍ପରିକ ପିଠା। ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ପାଇଁ ପ୍ରସ୍ତୁତ ହୁଏ ଏହି ପୋଡ଼ ପିଠା। ଓଡ଼ିଶାରେ ଏହି ପିଠାର ସ୍ଵତନ୍ତ୍ର ପରିଚୟ ରହିଛି। ବାହୁଡ଼ାଯାତ୍ରାରେ ମାଉସୀଙ୍କ ପ୍ରସ୍ତୁତ ପୋଡ଼ପିଠା ପ୍ରଭୁଙ୍କୁ ଅର୍ପଣ କରଯାଇଥାଏ। ରଥ ଉପରେ ପୋଡ଼ପିଠା ଭୋଗର ପରମ୍ପରା ବହୁ ବର୍ଷ ଧରି ପ୍ରଚଳିତ ହୋଇ ଆସୁଛି। ଏଥିସହ ଶ୍ରୀଜଗନ୍ନାଥଙ୍କ ଛପନ ଭୋଗରେ ମଧ୍ୟ ଏହି ପିଠା ଠାକୁରଙ୍କୁ ଅର୍ପଣ କରାଯାଇଥାଏ।ହେରାପଞ୍ଚମୀ ତିଥିରୁ ଆରମ୍ଭ ହୋଇଥାଏ ପୋଡ଼ପିଠା ପ୍ରସ୍ତୁତି କାର୍ଯ୍ୟ। ତିନି ରଥ ମାଉସୀ ମା’ଙ୍କ ମନ୍ଦିର ସମ୍ମୁଖରେ ପହଞ୍ଚିଲେ ପୋଡ଼ ପିଠା ଅର୍ପଣ କରାଯାଏ। ମାଉସୀ ମା’ଙ୍କ ସେବକମାନେ ପରମ ନିଷ୍ଠାର ସହ ପୋଡ଼ ପିଠା ପ୍ରସ୍ତୁତ କରି ମହାପ୍ରଭୁଙ୍କ ନିକଟରେ ଭୋଗ ଲଗାଇବାକୁ ଅପେକ୍ଷା କରି ରହିଥାନ୍ତି।ଛେନା, ଘିଅ, ଚିନି, ଅଳେଇଚ, ଲବଙ୍ଗ, ଖିସମିସ୍ ଓ ପିସ୍ତାବାଦାମରେ ପ୍ରସ୍ତୁତ ହେଉଛି। ହେରାପଞ୍ଚମୀ ତିଥିରୁ ଚୂଲି ଅନୁକୂଳ କରାଯାଇଥାଏ। ତାହାକୁ ସିଝାଇବା ପରେ ଘିଅରେ ଛଣାଯାଏ। ବାହୁଡ଼ା ଯାତ୍ରା ଦିନ ତିନି ରଥ ମାଉସୀ ମା’ ସମ୍ମୁଖରେ ଅଟକେ। ତିନି ରଥରେ ପୂଜକମାନେ ତିନୋଟି ପୋଡ଼ପିଠା ମାଟିହାଣ୍ଡିରେ ରଖି ଭୋଗ କରିଥାନ୍ତି।

Comment