ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ାଯାତ୍ରା। ଜନ୍ମବେଦୀରେ ଲୀଳାଖେଳା ସାରିବାପରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନସିଂହାସନକୁ ଫେରୁଛନ୍ତି ମହାପ୍ରଭୁ। ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ଵାର ନିକଟରେ ଦଣ୍ଡାୟମାନ ହୋଇଥିବା ତିନି ରଥର ଛେରା ପହଁରା ନୀତି ସମ୍ପନ୍ନ ହେବାପରେ, ଏବେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଯାଇଛି।ପ୍ରଥମେ ମହାରାଜା ଦିବ୍ୟ ସିଂହ ଦେବଙ୍କ ଦ୍ଵାରା ଛେରା ପହଁରା ନୀତି ହୋଇଥିଲା। ଏହାପରେ ଗୁଣ୍ଡିଚା ମନ୍ଦିରରୁ ଆରମ୍ଭ ହୋଇଛି ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଟଣା କାର୍ଯ୍ୟ। ପରେ ଭଉଣୀ ଶୁଭଦ୍ରା ଏବଂ ଶେଷରେ ମହାପ୍ରଭୁଙ୍କ ରଥ ଟଣା କାର୍ଯ୍ୟ ଆରମ୍ଭ ହେବ। ନବଦିନାତ୍ମକ ଯାତ୍ରା ସାରି ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀରୁ ରତ୍ନବେଦୀକୁ ଫେରୁଛନ୍ତି ଶ୍ରୀଜଗନ୍ନାଥ।

ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଯାଇଛି। ସମସ୍ତ କରୋନା କଟକଣା ଭିତରେ ସେବାୟତ, ପୋଲିସ ପ୍ରଶାସନଙ୍କ ଦ୍ଵାରା ରଥ ଟଣା ଯାଉଛି। ଘଣ୍ଟ ଘଣ୍ଟା, କାହାଳୀ, ମୃଦଙ୍ଗ ନାଦରେ ଫାଟି ପଡୁଛି ଚତୁର୍ଦ୍ଦିଗ। ଭକ୍ତିମୟ ପରିବେଶ ମଧ୍ୟରେ ଗୁଣ୍ଡିଚା ମନ୍ଦିରରୁ ପ୍ରଭୁ ବଳଭଦ୍ରଙ୍କ ରଥ ଶ୍ରୀମନ୍ଦିର ଅଭିମୂଖେ ଗଡ଼ିଛି।

Comment