ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁଣ୍ଡିଚା ମନ୍ଦିର ଛାଡ଼ି ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଆଜି ମହାପ୍ରଭୁ ସୁନାବେଶରେ ଦର୍ଶନ ଦେବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି।

ମହଣ ମହଣ ସୁନା ଅଳଙ୍କାରରେ ସଜେଇ ହୋଇ ରଥ ଉପରେ ଦର୍ଶନ ଦେବେ ଶ୍ରୀଜୀଉ। ସିଂହାରୀ, ପାଳିଆ, ଖୁଣ୍ଟିଆ, ଭଣ୍ଡାର ମେକାପ, ଚାଙ୍ଗଡା ମେକାପ ସେବାୟତମାନେ ମହାପ୍ରଭୁଙ୍କୁ ସୁନା ଅଳଙ୍କାରରେ ସଜାଇବେ। ତେବେ ଭକ୍ତମାନେ କେବଳ ଟିଭି ଓ ମୋବାଇଲ୍ ସ୍କ୍ରିନ ସାହାଯ୍ୟରେ ନିଜର ଭଗବାନଙ୍କ ସୁନାବେଶ ଦର୍ଶନ କରିବେ।ଶ୍ରୀଜଗନ୍ନାଥଙ୍କୁ ଶ୍ରୀଭୁଜ, ଶ୍ରୀପୟର, କିରୀଟ, ଓଡ଼ିଆଣୀ, ଚନ୍ଦ୍ର ସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ସ୍ୱର୍ଣ୍ଣ ଚକ୍ର, ରୌପ୍ୟ ଶଙ୍ଖ, ହରିଡ଼ା କଦମ୍ବ ମାଳି, ତାବିଜ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା ଅଳଙ୍କାରେ ସଜାଇ ଦିଆଯିବ।ସେହିପରି ବଳଭଦ୍ରଙ୍କୁ ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣୀ, କୁଣ୍ଡଳୀ, କୁଣ୍ଡଳ, ଚନ୍ଦ୍ର ସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ହଳ ଓ ମୂଷଳ, ବାହାଡ଼ା ମାଳି, ବାଘ ନଖ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା କମର ପଟିରେ ସଜାଯିବ।ଦେବୀ ସୁଭାଦ୍ରାଙ୍କୁ ମଧ୍ୟ ବିରୀଟ, ଓଡ଼ିଆଣୀ, କାନ, ଚନ୍ଦ୍ର ସୂର୍ଯ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ୨ଟି ତଗଡ଼ି ଏବଂ ସେବତୀ ମାଳିରେ ଆଭୂଷିତ କରାଯିବ।

ନୀତି ନିର୍ଘଣ୍ଟ ଅନୁସାରେ ଅପରାହ୍‌ଣ ୩ଟା ସୁଦ୍ଧା ସରିବ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ। ପରେ ମଇଲମ ଓ ମେକାପ ସର୍ବାଙ୍ଗ ହୋଇ ବେଶ ଆରମ୍ଭ ହେବ। ଅପରାହ୍‌ଣ ୪ଟାରେ ଠାକୁରଙ୍କ ଦୁର୍ଲ୍ଲଭ ସୁନାବେଶ ନୀତି ଆରମ୍ଭ ହେବ। କରୋନା ପାଇଁ ସମସ୍ତ ନୀତିକାନ୍ତି କଟକଣା ଭିତରେ ବିନା ଭକ୍ତରେ ପାଳନ କରାଯାଉଛି।

LEAVE A REPLY

Please enter your comment!
Please enter your name here