ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀଜିଉଙ୍କ ସୁନାବେଶ ନୀତି ସରିବା ପରେ ଆଜି ଅଧରପଣା ନୀତି ଅନୁଷ୍ଠିତ ହେବ। ସୁନାବେଶ ପରେ ଓ ନୀଳାଦ୍ରିବିଜେ ପୂର୍ବରୁ ଶ୍ରୀଜିଉଙ୍କର ଏହା ଏକ ଗୁରୁତ୍ୱପୂର୍ଣ୍ଣ ନୀତି। ଏହି ନୀତି ଅନୁସାରେ ରଥାରୂଢ଼ ତିନି ଠାକୁରଙ୍କ ନିକଟରେ ସେମାନଙ୍କର ଅଧର ସ୍ପର୍ଶ କରୁଥିବା ତିନିଟି ଲେଖାଏଁ ଉଚ୍ଚ ମାଟି ହାଣ୍ଡିରେ ପଣା ଭୋଗ ଲାଗିଥାଏ।

ପଣାରେ ଲାଗୁଥିବା ସମସ୍ତ ସାମଗ୍ରୀ ପୁରୀର ବଡଓଡିଆ ମଠ ଓ ରାଘବଦାସ ମଠରୁ ଆସିଥାଏ। ସିଂହଦ୍ୱାର ନିକଟସ୍ଥ କୂପରୁ ଅଧରପଣା ନୀତି ପାଇଁ ପାଣି ଆସିଥାଏ। ଶାସ୍ତ୍ରଜ୍ଞଙ୍କ ମତରେ ରଥରେ ଅବସ୍ଥାନ କରୁଥିବା ଚଣ୍ଡୀ-ଚାମୁଣ୍ଡାଙ୍କ ପାଇଁ ଏହି ଅଧରପଣା ନୀତି ହୋଇଥାଏ।ଅଧରପଣା ନୀତି ଶୃଙ୍ଖଳିତ କରିବା ପାଇଁ ଏକ କମିଟି ଗଠନ ହୋଇଛି। ସୁଆର ମହାସୁଆର ନିଯୋଗ ଓ ଦଇତାପତି ନିଯୋଗକୁ ନେଇ ଏହି କମିଟି ଗଠିତ ହୋଇଛି।

ତେବେ ଏହି ନୀତିର ବିଶେଷତ୍ୱ ହେଉଛି ଆମେ ଯେପରି ଦୂରପଥ ଅତିକ୍ରମ କରି ଆସିଲେ ପଣା, ପାଣି ପିଇ ଟିକିଏ ବିଶ୍ରାମ ପାଇଥାଉ, ଠିକ ସେହିପରି ମହାପ୍ରଭୁଙ୍କୁ ପଣା ଦିଆଯାଏ। ପଣା ପିଇ ମହାପ୍ରଭୁଙ୍କ ଟିକେ ବିଶ୍ରାମ ଅନୁଭବ କରନ୍ତି ବୋଲି ବିଶ୍ୱାସ ରହିଛି।

Comment