ଓଡ଼ିଶାଲାଇଭ୍ ବ୍ୟୁରୋ

ପବିତ୍ର ରଥଯାତ୍ରାର ଅନ୍ତିମ ପର୍ବ ହେଉଛି ନୀଳାଦ୍ରି ବିଜେ। ରଥ ଉପରେ ସୁନାବେଶ ଓ ଅଧରପଣା ନୀତି ଶେଷ ହେବା ପରେ ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ରଥରୁ ଶ୍ରୀମନ୍ଦିର ରତ୍ନବେଦୀକୁ ବିଜେ କରିବେ।

ନୀତି ନିର୍ଘଣ୍ଟ ଅନୁସାରେ ଅପରାହ୍ନ ତିନିଟାରେ ପହଣ୍ଡି ହେବା ନେଇ ବ୍ୟବସ୍ଥା ରହିଛି। ଟାହିଆ ଲଗାଇ ସେବାୟତଙ୍କ ଗହଳିରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିରର ରତ୍ନବେଦୀରେ ବିଜେ କରିବେ। ଏଥିସହ ଏ ବର୍ଷର ରଥଯାତ୍ରା ସମ୍ପୂର୍ଣ୍ଣ ହେବ।

ଚଳିତ ବର୍ଷ କୋଭିଡ୍ କଟକଣା ଭିତରେ ରଥଯାତ୍ରା ପାଳନ କରାଯାଉଛି। ଭକ୍ତମାନଙ୍କୁ ଏଥର ସ୍ୱଚକ୍ଷୁରେ ନିଜର ଭଗବାନଙ୍କୁ ଦେଖିବାକୁ ବାରଣ କରାଯାଇଛି। ଶ୍ରଦ୍ଧାଳୁମାନେ ଟିଭି ଓ ଡିଜିଟାଲ୍ ମିଡିଆରେ ମହାପ୍ରଭୁଙ୍କ ରଥଯାତ୍ରାକୁ ଦେଖୁଛନ୍ତି।

Comment