ଓଡ଼ିଶାଲାଇଭ୍ ବ୍ୟୁରୋ

ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଗୁରୁବାର ରାଜ୍ୟ ସରକାରଙ୍କ ପକ୍ଷରୁ ୫ ଜଣ ଆଇଏଏସ୍ ଅଧିକାରୀଙ୍କୁ ନୂତନ ବିଭାଗରେ ନିଯୁକ୍ତି ମିଳିଛି।

ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସଚିବ ଆର ଭିନିଲକ୍ରିଷ୍ଣାଙ୍କୁ କ୍ରୀଡ଼ା ଏବଂ ଯୁବସେବା ବିଭାଗର ଅତିରିକ୍ତ ଦାୟିତ୍ଵ ଦିଆଯାଇଛି।

ଅର୍ଥ ସଚିବ ଅଶୋକ ମୀନାଙ୍କୁ ପଞ୍ଚାୟତିରାଜ ସଚିବ ଭାବେ ନିଯୁକ୍ତି କରାଯାଇଛି। ପର୍ଯ୍ୟଟନ ସଚିବ ଭାବେ ଦାୟିତ୍ଵ ତୁଲାଉଥିବା ଆଇଏଏସ୍ ଅଧିକାରୀ ବିଶାଲ ଦେବଙ୍କୁ ଅର୍ଥ ସଚିବ କରାଯାଇଛି। ସେହିପରି ପୂର୍ବରୁ ପଞ୍ଚାୟତିରାଜ ସଚିବ ଥିବା ଡି.କେ ସିଂହଙ୍କୁ ଖଣି ଓ ଇସ୍ପାତ ସଚିବ ଭାବେ ନିଯୁକ୍ତି ମିଳିଛି।

ଖଣି ସଚିବ ସୁରେନ୍ଦ୍ର କୁମାରଙ୍କୁ ସାଧାରଣ ପ୍ରଶାସନ ସଚିବ କରାଯିବା ସହ ତାଙ୍କୁ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଦାୟିତ୍ଵ ମଧ୍ୟ ଦିଆଯାଇଛି।

Comment