ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଶିକ୍ଷା କ୍ଷେତ୍ରରେ ଆଉ ଏକ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ରାଜ୍ୟରେ ଅଗଷ୍ଟ ୧୬ରୁ ଆରମ୍ଭ ହେବ ୟୁଜି ଓ ପିଜି ଅଫଲାଇନ ପାଠ ପଢ଼ା। ଏଥିସହ ହଷ୍ଟେଲ ମଧ୍ୟ ଖୋଲିବାକୁ ଅନୁମତି ମିଳିଛି। ଏନେଇ ଶୁକ୍ରବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି।

କରୋନା ମହାମାରୀ ପାଇଁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଗୁରୁତ୍ଵ ଦେଇ ଦୀର୍ଘ ଦିନ ହେବ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଥିଲା। କିନ୍ତୁ ଏବେ ସ୍ଥିତିରେ କିଛିଟା ସୁଧାର ଆସିବାରୁ ଧିରେ ଧିରେ ଅନଲକ୍ ହେଉଛି ରାଜ୍ୟ। ତେଣୁ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ କଲେଜ ଓ ବିଶ୍ଵ ବିଦ୍ୟାଳୟଗୁଡ଼ିକୁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।ପ୍ରଥମ ପର୍ଯ୍ୟାୟରେ କେବଳ ୟୁଜିର ପ୍ରଥମ ବର୍ଷର ଛାତ୍ରଛାତ୍ରୀ ଏବଂ ପିଜିର ପ୍ରି ଫାଇନାଲ ବର୍ଷରେ ଥିବା ଛାତ୍ରଛାତ୍ରୀମାନଙ୍କୁ ଅଫଲାଇନରେ ପାଠ ପଢ଼ା ଯିବ। କିନ୍ତୁ ୟୁଜି ଓ ପିଜି ଶେଷବର୍ଷର ଛାତ୍ରଛାତ୍ରୀମାନେ ଅନଲାଇନ ମାଧ୍ୟମରେ ପରୀକ୍ଷା ଦେବେବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Comment