ଓଡ଼ିଶାଲାଇଭ୍ ବ୍ୟୁରୋ

  • ଅକ୍ଟୋବର ୩୧ ସୁଦ୍ଧା ଶେଷହେବ ନାମଲେଖା ପକ୍ରିୟା
  • ନଭେମ୍ବର ୧ରୁ ପିଜି ଓ ୟୁଜି ପ୍ରଥମ ବର୍ଷ କ୍ଲାସ୍ ଆରମ୍ଭ
  • ମାର୍ଚ୍ଚ ୮ ତାରିଖରୁ ୨୬ ତାରିଖ ଭିତରେ ପ୍ରଥମ ସେମିଷ୍ଟାର ପରୀକ୍ଷା

ନଭେମ୍ବର ମାସ ପହିଲାରୁ ଆରମ୍ଭ ହେବ ପିଜି ଓ ୟୁଜି ପ୍ରଥମ ବର୍ଷର କ୍ଲାସ୍।  ଛାତ୍ରଛାତ୍ରୀମାନଙ୍କର ପାଠପଢ଼ା ଆରମ୍ଭ ହେବା ପରେ ମାର୍ଚ୍ଚ ମାସ ୮ ତାରିଖରୁ ୨୬ ତାରିଖ ଭିତରେ ସେମାନଙ୍କର ପ୍ରଥମ ବର୍ଷ ସେମିଷ୍ଟାର ପରୀକ୍ଷା ହେବ। ଏନେଇ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ୍ ସୂଚନା ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁଯାୟୀ କୋଭିଡ୍ ପରିସ୍ଥିତି ମଧ୍ୟରେ ଅକ୍ଟୋବର ୩୧ ସୁଦ୍ଧା ପିଜି ଓ ୟୁଜିର ନାମଲେଖା ପକ୍ରିୟା ଶେଷ ହେବ। ଏହାପରେ ନୂଆ ବ୍ୟାଚର କ୍ଲାସ୍ ନଭେମ୍ବର ୧ରୁ ଆରମ୍ଭ ହେବ। କ୍ଲାସ ଆରମ୍ଭ ହେବାପରେ ମାର୍ଚ୍ଚ ୮ ତାରିଖରୁ ୨୬ ତାରିଖ ଭିତରେ ପ୍ରଥମ ସେମିଷ୍ଟାର ପରୀକ୍ଷା ହେବ।

ସେହିପରି ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କର ସେମିଷ୍ଟାର ପରୀକ୍ଷା ଅଗଷ୍ଟ ୯ ତାରିଖରୁ ୨୧ ତାରିଖ ଭିତରେ ହେବ। ଏହାପରେ ଅଗଷ୍ଟ ୩୦ ତାରିଖରୁ ୨୦୨୧ -୨୨ ଶିକ୍ଷାବର୍ଷ ଆରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଟୁଇଟ୍ କରି ସୂଚନା ଦେଇଛନ୍ତି।

Comment