ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଜୁଲାଇ ୧ ତାରିଖରୁ ଉତ୍କଳ ବିଶ୍ୱବିଦ୍ୟାଳୟରେ କ୍ଲାସ୍‌ ଆରମ୍ଭ ହେବ। ଏହି କ୍ଲାସ ଜୁଲାଇ ପହିଲାରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାପରେ ପିଜି ଚତୁର୍ଥ ସେମିଷ୍ଟାର ପରୀକ୍ଷା ଜୁଲାଇ ୨୦ରୁ ୩୧ ତାରିଖ ମଧ୍ୟରେ କରାଯିବ। ଏନେଇ ଗତକାଲି ଉତ୍କଳ ବିଶ୍ୱବିଦ୍ୟାଳୟ ପିଜି କାଉନସିଲ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସୂଚନା ମୁତାବକ ଜୁନ୍‌ ଶେଷ ସପ୍ତାହ ବେଳକୁ ଛାତ୍ରଛାତ୍ରୀମାନେ ହଷ୍ଟେଲ୍‌ରେ ଆସି ପହଞ୍ଚିବେ। ଏହା ପୂର୍ବରୁ ସମସ୍ତ ବିଭାଗ ଏବଂ ହଷ୍ଟେଲଗୁଡିକୁ ବିଶୋଧନ କରାଯାଇଥିବ। ହଷ୍ଟେଲରେ ପହଞ୍ଚିବା ପରେ ପିଲାମାନେ ଜୁଲାଇ ୧ ରୁ ୧୫  ତାରିଖ ପର୍ଯ୍ୟନ୍ତ କ୍ଲାସ କରିବେ ଏବଂ ଏହାପରେ ପରୀକ୍ଷା ଦେବେ। ପରୀକ୍ଷାରେ ବସିବା ସମୟରେ ପିଲାମାନେ ସାମାଜିକ ଦୂରତା ପାଳନ କରିବା ସହିତ ମାସ୍କ ପିନ୍ଧିବେ ବୋଲି ପିଜି କାଉନସିଲ୍ ଅଧ୍ୟକ୍ଷ ବସନ୍ତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।

ତେବେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି ଅନୁସାରେ ପିଜି ଦ୍ୱିତୀୟ ସେମିଷ୍ଟର୍‌ ପରୀକ୍ଷା ହେବନି । ପ୍ରଥମ ସେମିଷ୍ଟର୍‌ର ହାରାହାରି ମାର୍କ୍ ଅନୁସାରେ ଦ୍ୱିତୀୟ ସେମିଷ୍ଟର୍‌ ମାର୍କ୍ ଦିଆଯିବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି।

Comment