ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତା ଅଜନ ଦେବଗନଙ୍କ ‘ଭୁଜ୍‌ ଦ ପ୍ରାଇଡ ଅଫ୍‌ ଇଣ୍ଡିଆ’କୁ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଦେଶ ପ୍ରେମ ଉପରେ ଆଧାରିତ ଏହି ଫିଲ୍ମଟି ଅଗଷ୍ଟ ୧୩ରେ ଡିସ୍ନି ପ୍ଲସ୍ ହଟ୍‌ଷ୍ଟାରରେ ରିଲିଜ ହେବାକୁ ଯାଉଛିା ହେଲେ ଫିଲ୍ମ ରିଲିଜ ହେବା ପୂର୍ବରୁ ଫିଲ୍ମର ଗୀତ ‘ଦେଶ ମେରେ’ ଦର୍ଶକଙ୍କ ମନ କିଣିଛି।

ବଲିଉଡର ଜଣାଶୁଣା ଗାୟକ ଅରିଜିତ୍‌ ସିଂହ ଏହି ଗୀତରେ କଣ୍ଠଦାନ କରିଛନ୍ତି। ଏହି ଗୀତରେ ଯୁଦ୍ଧ ପୂର୍ବର ପ୍ରସ୍ତୁତିକୁ ଦେଖାଯାଇଛି। ଦେଶ୍ରପ୍ରେମ ଉପରେ ଆଧାରିତ ଏହି ଗୀତକୁ ମନୋଜ ମୁନ୍ତାସିର ଲେଖିଛନ୍ତି। ଏହି ଗୀତକୁ ମାତ୍ର ୩ ଦିନରେ ୟୁଟ୍ୟୁବ୍‌ରେ ୯ ଲକ୍ଷରୁ ଅଧିକ ଦର୍ଶକ ଦେଖିଛନ୍ତି।

ଅନ୍ୟପଟେ ସାଉଥ୍‌ ହିରୋଇନ୍‌ ପ୍ରଣିତା ସୁଭାଷ ଏହି ଫିଲ୍ମ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରୁଛନ୍ତି। ତାଙ୍କ ବ୍ୟତୀତ ସୋନାକ୍ଷୀ ସିହ୍ନା, ନୋରା ଫତେହି ଏବଂ ସଞ୍ଜୟ ଦତ୍ତ ମଧ୍ୟ ଏହି ଫିଲ୍ମରେ ନଜରକୁ ଆସିବେ।

୧୯୭୧ ମସିହାର ଭାରତ-ପାକିସ୍ତାନ ଯୁଦ୍ଧ ଉପରେ ‘ଭୁଜ: ଦି ପ୍ରାଇଡ୍ ଅଫ୍ ଇଣ୍ଡିଆ’ର କାହାଣୀ ପର୍ଯ୍ୟବେସିତ। ଏହି ଫିଲ୍ମରେ ଅଜୟ ଦେବଗନ ଭାରତୀୟ ବାୟୁସେନା ସ୍କ୍ୱାଡ୍ରନ ମୁଖ୍ୟ ବିଜୟ କର୍ଣ୍ଣିକଙ୍କ ଭୂମିକାରେ ଅଛନ୍ତି, ଯିଏ ୧୯୭୧ ମସିହାର ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଭୁଜ୍‌ ବିମାନବନ୍ଦରର ଦାୟିତ୍ୱରେ ଥିଲେ। ଏହି ଫିଲ୍ମ ଗାଁର ଲୋକଙ୍କ ସାହାଯ୍ୟରେ ବାୟୁସେନା ବେସ୍‌ ପ୍ରସ୍ତୁତ କରିବାର କାହାଣୀ ସହ ସୈନିକମାନେ ସମ୍ମୁଖୀନ ହେଉଥିବା ଅସୁବିଧା ବିଷୟରେ ଦର୍ଶକ ଦେଖିପାରିବେ। ତେବେ ଅଭିଷେକ ଦୁଧୈୟାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମଟିକୁ ଦର୍ଶକଙ୍କ  ଭଲ ପାଇବା ମିଳିବ ବୋଲି ଆଶା ରଖିଛନ୍ତି ନିର୍ମାତା।

Comment