ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅନେକ ଗୁଡ଼ାଏ ବଲିଉଡ୍ ଫିଲ୍ମ ରହିଛି ଯେଉଁଥିରେ ଯେଉଁଥିରେ କୁଖ୍ୟାତ ଆତଙ୍କବାଦୀ ଚରିତ୍ର ସ୍ଥାନ ପାଇଛି। ଫିଲ୍ମରେ କ୍ରୁର ଆତଙ୍କବାଦୀ ଚରିତ୍ର ବହନ କରିଥିବା ଏହି ଅଭିନେତାମାନେ ବି ତାଙ୍କ ଚରିତ୍ର ପାଇଁ ଅଜସ୍ର ପ୍ରଶଂସାର ପାତ୍ର ହୋଇପାରିଛନ୍ତି।

୨୦୧୭ରେ ଆସିଥିଲା ସଲମାନ-କାଟ୍ରିନା ଅଭିନୀତ ‘ଟାଇଗର୍‌ ଜିନ୍ଦା ହେ’ ଫିଲ୍ମ। ଫିଲ୍ମରେ ଆତଙ୍କବାଦୀ ଆବୁ ଉସ୍ମାନ୍‌ ଚରିତ୍ର ବହନ କରିଥିଲେ ଅଭିନେତା ସଜ୍ଜାଦ୍‌ ଡେଲେଫ୍ରୋଜ୍‌। ଫିଲ୍ମଟି ବକ୍ସ୍‌ ଅଫିସ୍‌ରେ ସୁପର୍‌ ହିଟ୍ ହେବା ସହିତ ସଜ୍ଜାଦ୍‌ଙ୍କ ଅଭିନୟକୁ ବି ଖୁବ୍ ପସନ୍ଦ କରିଥିଲେ ଦର୍ଶକ।

୨୦୧୫ରେ ଆସିଥିଲା ଖିଲାଡି ଷ୍ଟାର ଅକ୍ଷୟଙ୍କ ଫିଲ୍ମ ‘ବେବି’। ଏଥିରେ ପାକିସ୍ତାନୀ ଅଭିନେତା ରସିଦ୍‌ ନାଜ୍‌ଙ୍କୁ ଆତଙ୍କୀ ମୋଲାନା ମହମ୍ମଦ ସଇଦ୍‌ ରେହେମାନ୍‌ ଭୂମିକାରେ ଦେଖିବାକୁ ମିଳିଥିଲା। ରସିଦ୍‌ ମୋଲାନା ଭୂମିକାକୁ ଅତି ନିଖୁଣ ଭାବେ ଅଭିନୟ କରିଥିଲେ।

‘ବାର୍ଡ ଅଫ୍‌ ବ୍ଲଡ୍‌’  ଓ୍ୱେବ ସିରିଜରେ ମୁଖ୍ୟ ଭୂମିକାରେ ଇମ୍‌ରାନ୍‌ ହାସ୍‌ମି ଅଭିନୟ କରିଥିବା ବେଳେ ଦାନିସ୍ ହୁସେନ୍‌ ଆତଙ୍କବାଦୀ ମୁଲ୍ଲା ଖାଲିଦ୍‌ ଭୂମିକାରେ ଅଭିନୟ କରିଥିଲେ।

୨୦୧୫ରେ ଆସିଥିଲା ଫିଲ୍ମ ‘ଫ୍ୟାଣ୍ଟମ୍‌’। ଏଥିରେ ଶାହାନବାଜ୍‌ ପ୍ରଧାନ ଆତଙ୍କବାଦୀ ହାଫିଜ୍‌ ସଇଦ୍‌ ଚରିତ୍ରରେ ଅଭିନୟ କରିଥିଲେ। ଫିଲ୍ମରେ ସୈଫ୍ ଅଲ୍ଲୀ ଖାନ୍ ଓ କାଟ୍ରିନା ମୁଖ୍ୟ ଭୂମିକାରେ ଥିଲେ ଏବଂ କବୀର ଖାନ୍ ନିର୍ଦ୍ଦଶେନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here