ଓଡ଼ିଶାଲାଇଭ୍ ବ୍ୟୁରୋ

‘ଓଡ଼ିଶାଲାଇଭ୍’ ପ୍ରସ୍ତୁତ ମାସିକ ଓ୍ୱେବ ସିରିଜ୍‌ ‘ଷ୍ଟାର୍ଟଅପ୍‌ ଷ୍ଟୋରି’ ରେଡିଓ ଚକଲେଟ୍‌ ୧୦୪ ଏଫଏମ୍‌ରେ ପ୍ରାସାରିତ ହେବ। ଆଜି ଦିନ ୧ଟାରେ ଶ୍ରୋତାବନ୍ଧୁ ଶୁଣିବାକୁ ପାଇବେ ପ୍ରତିଭାବାନ୍ ଯୁବ ଷ୍ଟାର୍ଟଅପ୍‌ ପ୍ରତିଷ୍ଠାତାଙ୍କ ସ୍ୱପ୍ନ, ସଂଘର୍ଷ ଓ ସଫଳତାର କାହାଣୀ। ଏଥର ‘ଷ୍ଟାର୍ଟଅପ୍‌ ଷ୍ଟୋରି’ରେ ଅତିଥି ଅଛନ୍ତି ଷ୍ଟାର୍ଟଅପ୍ କମ୍ପାନି ‘ଫାର୍ ଆଇ’ର ସହ ପ୍ରତିଷ୍ଠାତା ତଥା ସିଓଓ ଗୌତମ କୁମାର। ଭାରତର ଷ୍ଟାର୍ଟଅପ୍ ଗ୍ୟାଲାକ୍ସିର ଜଣେ ସାଇନିଙ୍ଗ ଷ୍ଟାର୍ ହେଲେ ଗୌତମ କୁମାର। ଭୁବନେଶ୍ଵରସ୍ଥିତ କିଟ୍ ବିଶ୍ଵବିଦ୍ୟାଳୟରୁ ଇଞ୍ଜିନିୟରିଂ କରିବା ପରେ ସେହି କିଟ୍ ଟିବିଆଇରୁ ନିଜର ପ୍ରଥମ ଷ୍ଟାର୍ଟଅପ୍‌ର ଯାତ୍ରା ଆରମ୍ଭ କରିଥିଲେ ଗୌତମ। ଦୁଇଜଣ ସହଯୋଗୀଙ୍କ ସହ ମିଶି ୨୦୧୩ ମସିହାରେ ଆରମ୍ଭ କରିଥିଲେ ଷ୍ଟାର୍ଟଅପ୍ କମ୍ପାନି ‘ଫାର୍ ଆଇ’। ଓଡ଼ିଶାରୁ ବିକଶିତ ଏହି କମ୍ପାନି ଏବେ ଭାରତ ସହିତ ସାରା ବିଶ୍ଵରେ ଖ୍ୟାତି ଅର୍ଜନ କରିପାରିଛି।

ତେଣୁ ଗୌତମ ତରୁଣ ପିଢ଼ି ତଥା ଷ୍ଟାର୍ଟଅପ୍‌ରେ ଆଗ୍ରହ ରଖୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରେରଣା। ତାଙ୍କ ପରିବାର, ଛାତ୍ର ଜୀବନ, ବିଶେଷକରି ଷ୍ଟାର୍ଟଅପ୍‌ ଯାତ୍ରା ପଛର ସଂଘର୍ଷ ଓ ସଫଳତାର ଅନେକ କଥାକୁ ଦର୍ଶକମାନଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି ‘ଷ୍ଟାର୍ଟଅପ୍‌ ଷ୍ଟୋରି’ର ଉପସ୍ଥାପକ ତଥା ଓଡ଼ିଶା ସ୍କିଲ୍ ଡେଭ୍‌ଲପ୍‌ମେଣ୍ଟ୍‌ ଅଥରିଟିର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ।

ପୂର୍ବରୁ ଷ୍ଟାର୍ଟଅପ୍ ଷ୍ଟୋରି ସିରିଜ୍‌ରେ ଓଡ଼ିଶାରୁ ପ୍ରତିଷ୍ଠିତ ଅନେକ ପ୍ରତିଭାବାନ ଷ୍ଟାର୍ଟଅପ୍ ପ୍ରତିଷ୍ଠାତାଙ୍କ ସଫଳ ଷ୍ଟାର୍ଟଅପ୍ ଯାତ୍ରା ରେଡିଓ ଚକଲେଟ୍‌ରେ ପ୍ରସାରିତ ହୋଇଛି। ସୋସିଆଲ ମିଡିଆରେ ଦର୍ଶକମାନେ ଏହାକୁ ଖୁବ୍ ପସନ୍ଦ ମଧ୍ୟ କରିଛନ୍ତି।

ପ୍ରତି ମାସ ୧ ତାରିଖରେ ଓଡ଼ିଶାଲାଇଭ୍‌ର ଫେସବୁକ୍‌ ଏବଂ ୟୁଟ୍ୟୁବ ଭଳି ସୋସିଆଲ ଚ୍ୟାନେଲରେ ପ୍ରସାରିତ ହେଉଛି ଓଡ଼ିଶାରୁ ପ୍ରତିଷ୍ଠିତ ଜଣେ ଜଣେ ସଫଳ ଯୁବ ଷ୍ଟାର୍ଟଅପ୍‌ ପ୍ରତିଷ୍ଠାତାଙ୍କ ସହ ସାକ୍ଷାତକାର। ଏହି ଭିଡିଓଗୁଡ଼ିକ ଯୁବ ଉଦ୍ୟୋଗୀ, ଷ୍ଟାର୍ଟଅପ୍‌ କମ୍ପାନି, ଛାତ୍ରଛାତ୍ରୀ ଏବଂ ଉଦ୍ୟୋଗ ବିକାଶରେ ଆଗ୍ରହ ରଖୁଥିବା ଲୋକଙ୍କ ପାଇଁ ସୂଚନା ଓ ପ୍ରେରଣାର ବିଷୟ ହେବ।ଏହି କାର୍ଯ୍ୟକ୍ରମ ଲାଗି ସହଭାଗିତାର ହାତ ବଢ଼ାଇଛି ‘ଷ୍ଟାର୍ଟଅପ୍‌ ଓଡ଼ିଶା’। ‘ମୋ କଲେଜ’ ଅଭିଯାନ ଏହା ସହିତ ନଲେଜ୍‌ ପାର୍ଟନର ଭାବେ ଯୋଡ଼ି ହୋଇଛି। ଇଣ୍ଡଷ୍ଟ୍ରି ପାର୍ଟନର ଅଛନ୍ତି ଇମ୍ଫା, ଟାଇ ଭୁବନେଶ୍ୱର ଏବଂ ଫିକି ଓଡ଼ିଶା।

ସେହିପରି ଓଡ଼ିଆ ଖବରକାଗଜ ‘ସମ୍ବାଦ’ ଏହାର ପ୍ରିଣ୍ଟ ପାର୍ଟନର୍‌ ରହିଥିବା ବେଳେ ରେଡିଓ ପାର୍ଟନର ରହିଛି ‘ରେଡିଓ ଚକ୍‌ଲେଟ୍‌ ୧୦୪ ଏଫ୍‌ଏମ୍’। ରେଡିଓ ନମସ୍କାର, ରେଡିଓ ସୁରଭି ଓ ରେଡିଓ ବୁଲ୍‌ବୁଲ୍ ଏହାର କମ୍ୟୁନିଟି ରେଡିଓ ପାର୍ଟନର୍ ରହିଛନ୍ତି। ଏହି ସମସ୍ତ ରେଡିଓରେ ‘ଷ୍ଟାର୍ଟଅପ୍‌ ଷ୍ଟୋରି’ର ପ୍ରତିଟି ଅଧ୍ୟାୟ ପ୍ରସାରିତ ହେଉଛି। ଏହା ସହିତ ପ୍ରତ୍ୟେକ ସାକ୍ଷାତକାରର ସଂକ୍ଷିପ୍ତ ଅଂଶ ଓଡ଼ିଶାଲାଇଭ୍‌ ନ୍ୟୁଜ୍ ପୋର୍ଟାଲ ସହିତ ‘ସମ୍ବାଦ ରବିବାର’ ସାପ୍ତାହିକ ପୃଷ୍ଠାରେ ପ୍ରକାଶିତ ହୋଇ ଏକ ବୃହତ୍ତର ଦର୍ଶକଙ୍କ ପାଖରେ ପହଞ୍ଚି ପାରୁଛି।

Comment