ଓଡ଼ିଶାଲାଇଭ୍ ବ୍ୟୁରୋJALAKA FLOOD

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳକା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଏବେ ବିପଦ ସଙ୍କେତ ଉପର ଦେଇ ଗତି କରୁଛି ଜଳକା ନଦୀର ଜଳସ୍ତର। ଫଳରେ ବାଲେଶ୍ଵରର ଏକତାଳି ଗାଁ ନିକଟରେ ଥିବା ନଦୀ ବନ୍ଧରେ ୫ ଶହ ଫୁଟର ଏକ ଘାଇ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ବସ୍ତା ଏବଂ ରାସଗୋବିନ୍ଦପୁର ବ୍ଲକରେ ପାଣି ପଶିବା ଆଶଙ୍କା କରାଯାଉଛି।

ବାଲେଶ୍ୱରରେ ବନ୍ୟା ପରିସ୍ଥିତି ଧୀରେ ଧୀରେ ଗମ୍ଭୀର ରୂପ ନେଉଛି। ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି। ବାଲେଶ୍ୱର ଜିଲ୍ଲାର ମଥାନିଠାରେ ବିପଦ ସଙ୍କେତ ଉପରେ ରହିଛି ଜଳସ୍ତର। ସେଠାରେ ୫.୫୦ ମିଟର ଜଳସ୍ତର ଥିବାବେଳେ ଏବେ ୭.୧୮ ମିଟର ଜଳ ପ୍ରବାହିତ ହେଉଛି। ସୂଚନା ଅନୁସାରେ, ବସ୍ତା ବ୍ଲକର ୧୨ଟି ଓ ସଦର ବ୍ଲକର ୨ଟି ପଞ୍ଚାୟତ ପାଣିଘେରରେ ରହିଛି।

ଜଳକା ନଦୀରେ ବନ୍ୟା ପରିସ୍ଥିତି ଯୋଗୁଁ ଗାଁ ଗୁଡ଼ିକ ଜଳମଗ୍ନ ହେବା ଫଳରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଏହାକୁ ନେଇ ଭୟଭୀତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ବାସିନ୍ଦା। ସେହିପରି ନଦୀ ବନ୍ଧ ମରାମତି କରାଯାଇନଥିବାରୁ ବନ୍ୟାରେ ଘାଇ ସୃଷ୍ଟି ହେବା ଆଶଙ୍କା କରାଯାଉଛି।

Comment