ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତରପ୍ରଦେଶ ଲଖିମପୁର ହିଂସା ମାମଲାରେ ଲକ୍ଷ୍ନୌ କ୍ରାଇମବ୍ରାଞ୍ଚ ଅଫିସରେ ଶନିବାର ହାଜର ହୋଇଛନ୍ତି କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା। ଲଖିମପୁର ଖେରି ହିଂସା ଘଟଣାରେ ଆଶିଷ ମିଶ୍ରାଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି। ତେଣୁ ପଚରାଉଚରା ପାଇଁ ସେ କ୍ରାଇମବ୍ରାଞ୍ଚ ଅଫିସରେ ପହଞ୍ଚିଛନ୍ତି।

ଅକ୍ଟୋବର ୩ ତାରିଖରେ ଉତ୍ତରପ୍ରଦେଶର ଲଖିମପୁର ଖେରିଠାରେ ଚାଷୀମାନେ କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିଲେ। ଏହି ସମୟରେ ସେମାନଙ୍କ ଉପରେ ହଠାତ୍ ଏକ ଗାଡ଼ି ମାଡ଼ି ଯାଇଥିଲା। ଏଥିରେ ୪ ଜଣ ଚାଷୀ ପ୍ରାଣ ହରାଇଥିଲେ। ଏହାପରେ ଚାଷୀଙ୍କ ମୃତ୍ୟୁକୁ ନେଇ ସେଠାରେ ହିଂସାକାଣ୍ଡ ଘଟି ଆଉ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଏମାନଙ୍କ ମଧ୍ୟରେ ୩ ଜଣ ବିଜେପି ସମର୍ଥକ ଥିବା ବେଳେ ଜଣେ ସାମ୍ଵାଦିକ ଥିଲେ।

ଏହି ହିଂସାକୁ ନେଇ ଏବେ ସାରା ଦେଶରେ ତମ୍ଭିତୋଫାନ ଲାଗି ରହିଛି। କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ଗାଡ଼ି ମାଡ଼ିଯାଇ ଏହି କାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ଘଟଣା ବେଳେ ଆଶିଷ ଗାଡ଼ି ଡ୍ରାଇଭ୍ କରୁଥିବା ଚାଷୀମାନେ କହିଛନ୍ତି।

Comment