ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ସିଟି ଇଞ୍ଜିନିୟର୍ସ କ୍ଲବର ୧୯ତମ ବାର୍ଷିକ ଉତ୍ସବ ଯୋବ୍ରାସ୍ଥିତ ରାଜ୍ୟ ନୌବାଣିଜ୍ୟ ସଂଗ୍ରହାଳୟଠାରେ ରବିବାର ଦିନ ଅନୁଷ୍ଠିତ ହୋଇଛି। କ୍ଲବର ସଭାପତି ଇଞ୍ଜିନିୟର ତାପସ ଚନ୍ଦ୍ର ସାମନ୍ତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବକୁ ମୁମ୍ବାଇରେ ଅବସ୍ଥାପିତ ମୁଖ୍ୟ ଆୟକର କମିସନର ମନୋରଞ୍ଜନ ପାଣିଗ୍ରାହୀ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରଫେସର ବୈଷ୍ଣବ ଚରଣ ସାମଲ ଓ ମୁଖ୍ୟ ବକ୍ତା ଭାବେ ଇଞ୍ଜିନିୟର ଭକ୍ତରଞ୍ଜନ ମହାନ୍ତି ଉତ୍ସବରେ ଯୋଗ ଦେଇଥିଲେ।ଇଞ୍ଜିନିୟର ନିତ୍ୟାନନ୍ଦ ମିଶ୍ର ପ୍ରଥମେ ଅତିଥିମାନଙ୍କ ପରିଚୟ ପ୍ରଦାନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ଏହାପରେ କ୍ଲବର ଦିବଙ୍ଗତ ସଭ୍ୟମାନଙ୍କ ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା। କଟକ ସିଟି ଇଞ୍ଜିନିୟର୍ସ କ୍ଲବର ସାଧାରଣ ସମ୍ପାଦକ ଇଞ୍ଜିନିୟର ମିହିର କୁମାର ବାରିକ କ୍ଲବର ବାର୍ଷିକ ବିବରଣୀ ପାଠ କରିଥିଲେ।   ଏହି ଅବସରରେ କ୍ଲବର ବାର୍ଷିକ ମୁଖପତ୍ର ଏବଂ କ୍ଲବର ପୂର୍ବତନ ସଭାପତି ସ୍ୱର୍ଗତ ଇଞ୍ଜିନିୟର ନରେନ ଚନ୍ଦ୍ର ଦାଶଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଅବସର ଅନୁଚିନ୍ତା’ ଉନ୍ମୋଚିତ ହୋଇଥିଲା। ଏଥିସହ କ୍ଲବର ବରିଷ୍ଠ ସଭ୍ୟ ଇଞ୍ଜିନିୟର ଗୋପାଳ କୃଷ୍ଣ ବେହେରା, ଇଞ୍ଜିନିୟର ଚନ୍ଦଶେଖର ଶତପଥୀ, ଇଞ୍ଜିନିୟର ରବିନ୍ଦ୍ରନାଥ ନାୟକ ଓ ଇଞ୍ଜିନିୟର ପ୍ରେମାନନ୍ଦ ଦାସପଟ୍ଟନାୟଙ୍କୁ ସମ୍ମାନିତ କରାଯାଇଥିଲା।ଅନ୍ୟମାନଙ୍କ ମଧ୍ୟରେ ଇଞ୍ଜିନିୟର ଧିରେନ କୁମାର ବିଶ୍ୱାଳ, ଇଞ୍ଜିନିୟର ସୂର୍ଯ୍ୟେଶ୍ୱର ସ୍ୱାଇଁ, ଇଞ୍ଜିନିୟର ଶିବପ୍ରସାଦ ନାୟକ, ଇଞ୍ଜିନିୟର ମୁବାସର ଅହମ୍ମଦ, ଇଞ୍ଜିନିୟର ପ୍ରବୀର କୁମାର ସାମଲ, ଇଞ୍ଜିନିୟର ଶିଶିର କୁମାର ଦାସ ଏବଂ ଇଞ୍ଜିନିୟର ଗୌରାଙ୍ଗ ଚରଣ ଭୂୟାଁ ପ୍ରଭୃତି ଉପସ୍ଥିତ ରହି ସଭାକାର୍ଯ୍ୟ ପଳିଚାଳନା କରିଥିଲେ। ଶେଷରେ ଇଞ୍ଜିନିୟର ଗଗନ ବିହାରୀ ଛାଟୋଇ ଧନ୍ୟବାଦ ଅର୍ପଣ କରିଥିଲେ।

Comment