ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ଯୋବ୍ରା ମେରିଟାଇମ୍ ମ୍ୟୁଜିୟମ୍ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି କଟକ ସିଟି ଇଂଜିନିୟର୍ସ କ୍ଲବ୍‌ର ୨୦ତମ ବାର୍ଷିକ ଉତ୍ସବ। କ୍ଲବର ସଭାପତି ଇଂ ତାପସ ଚନ୍ଦ୍ର ସାମନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଓଡ଼ିଶା ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ, ଓଡ଼ିଶା ସରକାରଙ୍କର ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଂ ପୂର୍ଣ୍ଣଚନ୍ଦ୍ର ରଥ, ଯୁକ୍ତରାଷ୍ଟ୍ର ଆମେରିକାରେ ଅବସ୍ଥାପିତ ଭାରତୀୟ ଇଂ ସନ୍ଦିପ କୁମାର ଦାସବର୍ମା, ଶାନ୍ତିନିକେତନର ପ୍ରାକ୍ତନ ପ୍ରଫେସର ବୈଷ୍ଣବ ଚରଣ ସାମଲ ଓ ହିନ୍ଦୀ ସାହିତ୍ୟିକ ଡକ୍ଟର ଅଜିତ ପ୍ରସାଦ ମହାପାତ୍ର ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ।

କ୍ଲବର ଉପ-ସଭାପତି ଇଂ ନିତ୍ୟାନନ୍ଦ ମିଶ୍ର ସମସ୍ତ ଅତିଥିମାନଙ୍କର ପରିଚୟ ପ୍ରଦାନ ସହିତ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଦିବଂଗତ ସଭ୍ୟମାନଙ୍କ ପାଇଁ ୧ ମିନିଟ୍ ନୀରବ ପ୍ରାର୍ଥନା ପରେ ସାଧାରଣ ସଂପାଦକ ଇଂ ମିହିର କୁମାର ବାରିକ କ୍ଲବର ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥିଙ୍କ ଦ୍ୱାରା କ୍ଲବର ସ୍ମରଣିକା ଓ ପୃଷ୍ଠପୋଷକ ସଦସ୍ୟା ଡକ୍ଟର ସୁବାସିନୀ ଲେଙ୍କାଙ୍କ ଦ୍ୱାରା ଲିଖିତ ଓଡ଼ିଆ ପୁସ୍ତକ “ଅଖୋଲାପୃଷ୍ଠା ଓ ଅନ୍ୟାନ୍ୟ ଗଳ୍ପ” ଏବଂ ହିନ୍ଦୀ କବିତା ପୁସ୍ତକ “ହର୍ ସିଂଗାରକା ମର୍ମର” ଉନ୍ମୋଚନ କରାଯାଇଥିଲା।

ତତ୍ପରେ ଲେଖିକା ପୁସ୍ତକଦ୍ୱୟ ଉପରେ ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରିବା ପରେ ପ୍ରଫେସର ସାମଲ ଓ ଡଃ ମହାପାତ୍ର ପୁସ୍ତକ ଦୁଇଟିର ସମୀକ୍ଷା କରିଥିଲେ। ଏହି ଉତ୍ସବରେ କଟକ ସହର ନିକଟବର୍ତ୍ତୀ ବିଭିନ୍ନ ବୈଷୟିକ କଲେଜର ଟପ୍ପର ଛାତ୍ର ଇଂ ଗୌରବ ମହାପାତ୍ର, ଇଂ ଅବିନାଶ ପାଣିଗ୍ରାହୀ, ଇଂ ସାଇରାମ ସାହୁ ଓ ଆରକିଟେକ୍ଟ ରାକେଶ କୁମାର ମହାପାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା।

କ୍ଲବର ବରିଷ୍ଠ ସଭ୍ୟ ତଥା ଇନ୍‌ଷ୍ଟିଚ୍ୟୁସନ ଅଫ୍ ଇଂଜିନିୟସର ଓଡ଼ିଶା ଶାଖାର ମୁଖ୍ୟ ଇଂ ନୂତନ କୁମାର ଦାଶ, କର୍ପୋରେଟର ଇଂ ସୁବ୍ରତ ଘଡ଼େଇ, ନାଟ୍ୟକାର ଇଂ ଧନୁର୍ଦ୍ଧର ମିଶ୍ରଙ୍କୁ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ ସମ୍ମାନିତ କରାଯାଇଥିଲା।

ସମ୍ମାନିତ ଅତିଥିମାନଙ୍କ ଅଭିଭାଷଣ ପରେ ମୁଖ୍ୟ ଅତିଥି ଡକ୍ଟର ସୁରେଶ ଚନ୍ଦ୍ର ଦଳେଇ ତାଙ୍କର ବକ୍ତବ୍ୟରେ ଦେଶ ଗଠନରେ ଇଞ୍ଜିନିୟରମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ସହିତ ବରିଷ୍ଠମାନଙ୍କ ଉପଦେଶ ଅତ୍ୟନ୍ତ ଜରୁରୀ ବୋଲି ଦର୍ଶାଇଥିଲେ। ସମ୍ମାନୀତ ଅତିଥି ଇଂ ପୂର୍ଣ୍ଣଚନ୍ଦ୍ର ରଥ ନିଜର ବକ୍ତବ୍ୟ ସହିତ କ୍ଲବର ସାତଜଣ ବରିଷ୍ଠ ସଦସ୍ୟ ଯଥା ଇଂ ଅଖିଳ ବିହାରୀ ପାଣିଗ୍ରାହୀ, ଇଂ

ଦ୍ୱୀଜରାଜ ଦାସ, ଇଂ. ବିରଦା ପ୍ରସାଦ ଦାସ, ଇଂ ଭୁବନ କିଶୋର ଦାସ, ଇଂ ଧୀରେନ୍ଦ୍ର କୁମାର ବିଶ୍ୱାଳ, ଇଂ ପ୍ରମୋଦ କୁମାର ସିଂହ ଓ ଇଂ. ଲକ୍ଷ୍ମୀ ପ୍ରସାଦ ମିଶ୍ରଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ତା’ପରେ ୨୦୨୩ ମସିହା ପାଇଁ ନିର୍ବାଚିତ କ୍ଲବର ନୂତନ କର୍ମକର୍ତ୍ତାଙ୍କ ନାମ ନିର୍ବାଚନ ପରିଚାଳକ ଇଂ. ବୈଷ୍ଣବ ଚରଣ ନାୟକ ଘୋଷଣା କରିଥିଲେ ଓ ସେମାନଙ୍କୁ ସ୍ୱାଗତ କରାଯାଇଥିଲା।

କ୍ଲବର ଉପ-ସଭାପତି ଇଂ ଶୂନ୍ୟେଶ୍ୱର ସ୍ୱାଇଁ ନୂତନ ସଭ୍ୟମାନଙ୍କ ନାମ ଘୋଷଣା କରି ସେମାନଙ୍କୁ ସ୍ୱାଗତ କରିଥିଲେ। ସଭାକାର୍ଯ୍ୟ ପରିଚାଳନାରେ ଇଂ ଗଗନ ବିହାରୀ ଛାଟୋଇ, ଇଂ ବ୍ରଜକିଶୋର ପଟ୍ଟନାୟକ, ଇଂ ଶିବ ପ୍ରସାଦ ନାୟକ, ଇଂ ଧୀରେନ୍ଦ୍ର କୁମାର ବିଶ୍ୱାଳ, ଇଂ ଗୌରାଙ୍ଗ ଚରଣ ଭୂୟାଁ, ଇଂ ପ୍ରବୀର କୁମାର ସାମଲ, ଉମେଶ ଚନ୍ଦ୍ର ସ୍ୱାଇଁ, ଇଂ ତପନ କୁମାର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ସଭାପତି ଇଂ ତାପସ ଚନ୍ଦ୍ର ସାମନ୍ତଙ୍କ ଅଭିଭାଷଣ ପରେ ଇଂ ପୂର୍ଣ୍ଣଚନ୍ଦ୍ର ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ।

Tags: #Cuttack #EngineersClub #20thAnniversary #Odisha

Comment