ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବିଦାୟ ନେବାକୁ ବସିଛି ବର୍ଷ ୨୦୨୧। ବର୍ଷଟି କାହାକୁ ସଫଳତା ଦେଛି ତ କାହାକୁ ବିଫଳତା। ଚଳିତ ବର୍ଷ ଲାଇମ୍ ଲାଇଟରେ ରହିଥିବା କିଛି ବଲିଉଡ ସେଲିବ୍ରିଟିଙ୍କ ବିବାହ ଓ ବିବାଦ ଘଟଣା ଉପରେ ନଜର ପକାଇବା।

ବଲିଉଡର ଚର୍ଚ୍ଚିତ ବିବାଦ:

ଚଳିତ ବର୍ଷ ବିବାଦର ଶୀର୍ଷରେ ରହିଥିଲେ ଶାହାରୁଖ୍ ଖାନଙ୍କ ପୁଅ ଆର୍ୟ୍ୟନ ଖାନ। ଡ୍ରଗ୍ସ ଲିଙ୍କରେ ଏକ କ୍ରୁଜରୁ ଗତ ଅକ୍ଟୋବର ୨ତାରିଖ ତାଙ୍କୁ ଉଠାଇ ନେଇଥିଲା ନାର୍କୋଟିକ୍ ବିଭାଗ। ଏହି ଘଟଣା ପୁରା ବଲିଉଡକୁ ଦୋହଲାଇ ଦେଇଥିଲା। ଘଟଣାଟି ଶାହାରୁଖ୍ ଖାନଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ସେ ନିଜ ଜନ୍ମଦିନ ମଧ୍ୟ ପାଳନ କରିନଥିଲେ।

ବିବାଦରେ ପଛରେ ନାହାନ୍ତି ଶ୍ରୀଲଙ୍କାନ ବ୍ୟୁଟି ତଥା ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡେଜ। ଜଣେ ମହାଠକ ସୁକେଶ ଚନ୍ଦ୍ରଶେଖର ସହ ଲିଙ୍କ ଥିବା ଏବଂ ତା’ଠାରୁ ଲକ୍ଷାଧିକ ଟଙ୍କାର ଉପହାର ନେଇଥିବା ଘଟଣା ପଦାରେ ପଡ଼ିବା ପରେ ବିବାଦରେ ଛନ୍ଦି ହୋଇପଡ଼ିଥିଲେ ଜ୍ୟାକଲିନ । ଏହି ଘଟଣାକୁ ନେଇ ଇଡି ପକ୍ଷରୁ ଜ୍ୟାକଲିନଙ୍କୁ ୭ ଘଣ୍ଟା ଧରି ଜେରା କରାଯାଇଥିଲା।

ଏହା ସହ ଡ୍ରଗ୍ସ କାରବାର ମାମଲରେ ସମ୍ପୃକ୍ତି ଥିବା ଅଭିଯୋଗ ଆସିଥିଲା ଅନନ୍ୟା ପାଣ୍ଡେଙ୍କ ବିରୋଧରେ । ଆର୍ୟ୍ୟନ ଖାନଙ୍କ ସହ କରିଥିବା ଚାଟିଂକୁ ନେଇ ତାଙ୍କୁ ନାର୍କୋଟିକ୍ ବିଭାଗ ଜେରା କରିଥିଲା।

ବିବାଦରେ କଙ୍ଗନା :

ଆଉ ଏକ ବଡ଼ବିବାଦ ଉଠିଥିଲା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ଵତଙ୍କ ମନ୍ତବ୍ୟକୁ ନେଇ। ଭାରତ ସ୍ଵାଧୀନତାକୁ ଉପରେ ସେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ହରଡ଼ଘଣାରେ ପଡ଼ିଥିଲେ କଙ୍ଗନା। ‘‘ଭାରତକୁ ପ୍ରକୃତ ସ୍ଵାଧୀନତା ୨୦୧୪ରେ ମିଳିଥିଲା। ୧୯୪୭ରେ ଯାହା ଆମକୁ ମିଳିଥିଲା ତାହା ଭିକ୍ଷା ସଦୃଶ’’ କହିଥିଲେ କଙ୍ଗନା। ଏହି ମନ୍ତବ୍ୟକୁ ନେଇ ବିଭିନ୍ନ ରାଜନୈତିକ ଦଳ ତାଙ୍କୁ କଟାକ୍ଷ କରିବା ସହ ପଦଶ୍ରୀ ପୁରସ୍କାର ଫେରାଇ ଦେବାକୁ ଦାବି କରିଥିଲେ।

ବଲିଉଡରେ ଆଉ ଗୋଟିଏ ଝଡ଼ ଉଠିଥିଲା ଫିଲ୍ମ ନିର୍ମାତା ତଥା ଶିଳ୍ପା ସେଟ୍ଟିଙ୍କ ସ୍ଵାମୀ ରାଜକୁନ୍ଦ୍ରାଙ୍କୁ ନେଇ। ପର୍ଣ୍ଣୋଗ୍ରାଫି ଫିଲ୍ମ ନିର୍ମାଣ କରିବା ଅଭିଯୋଗ ପରେ ତାଙ୍କୁ ପୋଲିସ୍ ଗିରଫ କରିଥିଲା। ଏହା ପରେ ଉଭୟ ଶିଳ୍ପା ଏବଂ ରାଜଙ୍କ ମଧ୍ୟରେ ମତ ପାର୍ଥକ୍ୟ ଦେଖାଦେଇଥିଲା। ରାଜଙ୍କ ପର୍ଣ୍ଣୋଗ୍ରାଫି ଫିଲ୍ମ ପାଇଁ କାମ କରିଥିବା ଜଣେ ଅଭିନେତ୍ରୀ ଟଙ୍କା ପାଇନଥିବା ଅଭିଯୋଗ କରିଥିଲେ।

ବର୍ଷର ଶେଷ ପର୍ଯ୍ୟାୟରେ ବିବାଦ ଘେରକୁ ଆସିଥିଲେ ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଐଶ୍ଵର୍ଯ୍ୟା ରାୟ। ପାନାମା ପେପର ଲିକ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଆଠ ଘଣ୍ଟା ଧରି ଜେରା କରିଥିଲା।

ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବଲିଉଡ ତାରକା:

ବର୍ଷ ୨୦୨୧ର ପ୍ରଥମ ପର୍ଯ୍ୟାୟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ବଲିଉଡର ଚକୋଲେଟ ହିରୋ ବରୁଣ ଧବନ। ବରୁଣ ଫ୍ୟାସନ ଡିଜାଇନର ନତାସା ଦଲାଲଙ୍କୁ ଜୀବନ ସାଥୀ କରିଥିଲେ ଜାନୁଆରି ୨୪ ତାରିଖରେ । ବରୁଣ-ନତାସା ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କରେ ବାନ୍ଧି ହୋଇଥିଲେ।

ଦିଆ ମିର୍ଜା-ବୈଭବ ରେକ୍ଷୀ:

ବଲିଉଡ ଅଭିନେତ୍ରୀ ଦିଆ ମିର୍ଜା ବ୍ୟବସାୟୀ ବୈଭବ ରେକ୍ଷୀଙ୍କୁ ବିବାହ କରିଥିଲେ। ଉଭୟ ଫେବ୍ରୁଆରି ୧୫ ତାରିଖରେ ତାଙ୍କର ବିବାହ ହୋଇଥିଲା।

ରାଜକୁମାର ରାଓ ଏବଂ ପତ୍ରଲେଖା:

ବଲିଉଡ ଅଭିନେତା ରାଜକୁମାର ରାଓ ଏବଂ ପତ୍ରଲେଖା ନଭେମ୍ବର ମାସ ୧୫ ତାରିଖରେ ଚଣ୍ଡିଗଡ଼ଠାରେ ବିବାହ କରିଥିଲେ। ଦୀର୍ଘ ୧୧ ବର୍ଷ ସମ୍ପର୍କ ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ୟାମି ଗୌତମ-ଆଦିତ୍ୟ ଧର:

ବଲିଉଡର ସୁନ୍ଦରୀ ଅଭିନେତ୍ରୀ ୟାମି ଗୋତମ ଫିଲ୍ମ ନିର୍ମାତା ଆଦିତ୍ୟ ଧରଙ୍କୁ ଜୁନ ୪ ତାରିଖରେ ବିବାହ କରିଥିଲେ।

ଫିଲ୍ମ ପ୍ରଯୋଜିକା ରିଆ କପୁର-କରଣ ବୁଲାନି:

ଫିଲ୍ମ ପ୍ରଯୋଜିକା ରିଆ କପୁର ଫିଲ୍ମ ନିର୍ମାତା କରଣ ବୁଲାନିଙ୍କୁ ବିବାହ କରିଥିଲେ। ଉଭୟେ ଦୀର୍ଘ ବର୍ଷ ହେଲା ପ୍ରେମ ସମ୍ପର୍କରେ ଥିଲେ। ଅଗଷ୍ଟ ୧୪ ତାରିଖରେ ଉଭୟେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

କ୍ୟାଟ୍ରିନା କୈଫ-ଭିକି କୌଶାଲ:

ବର୍ଷର ଶେଷ ପର୍ଯ୍ୟାୟରେ ବଲିଉଡ ବ୍ୟୁଟି କ୍ୟାଟ୍ରିନା କୈଫ ଅଭିନେତା ଭିକି କୌଶାଲଙ୍କୁ ବିବାହ କରିଛନ୍ତି। ଡିସେମ୍ବର ୯ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବୈଦିକ ରୀତିନୀତିରେ ରାଜସ୍ଥାନଠାରେ ବିବାହ ସମ୍ପନ୍ନ ହୋଇଥିଲା।

ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଟେଲି ଅଭିନେତା-ଅଭିନେତ୍ରୀ:

ଟେଲି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏବଂ ଭିକି ଜୈନ ଡିସେମ୍ବର ୧୪ ତାରିଖରେ ବିବାହ କରିଥିଲେ। ଅଙ୍କିତା ଲୋକପ୍ରିୟ ଟେଲି ସିରିଏଲ ପବିତ୍ର ରିସ୍ତାର ମୁଖ୍ୟ ଅଭିନେତ୍ରୀ ଥିଲେ। ଲୋକପ୍ରିୟ ଧାରାବାହିକ କୁଣ୍ଡଳିଭାଗ୍ୟର ଚର୍ଚ୍ଚିତ ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟା(ପ୍ରିତା) ନାଭାଲ ଅଫିସର ରାହୁଲ ନାଗପାଲଙ୍କୁ ନଭେମ୍ବର ୧୬ରେ ବିବାହ କରିଛନ୍ତି।

ଏହା ସହ ଷ୍ଟାରପ୍ଲାସରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ଗୁମ ହେ କିସିକେ ପ୍ୟାର ମେ’ର ଫେମସ କ୍ୟାରେକ୍ଟର ବିରାଟ-ପାଖି ମାନେ ନେଲି ଭଟ୍ଟ ଏବଂ ଐଶ୍ଵର୍ଯ୍ୟା ଶର୍ମା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ୩୦ ନଭେମ୍ବରରେ ବିବାହ କରିଥିଲେ।

Comment