ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ନିଶ୍ଚିନ୍ତକୋଇଲିର ୟଙ୍ଗ୍ ଷ୍ଟାର୍ ସୁକନାଇ କ୍ଲବ୍ ଦ୍ଵାରା ଆୟୋଜିତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ‘ସୁକାନାଇ ପ୍ରିମିୟର ଲିଗ୍’ରେ ବାଜି ମାରିଛି ଏମ.ଏମ.ସି.ସି ସମ୍ବଲପୁର। ପକୱାନ ଜଗତସିଂହପୁରକୁ ୩୫ ରନ୍‌ରେ ହରାଇ ଏମ.ଏମ.ସି.ସି ସମ୍ବଲପୁର ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇଛି।

ପାଞ୍ଚ ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମୋଟ୍ ୧୬ଟି ଦଳ ଭାଗ ନେଇଥିଲେ। ସେଥିମଧ୍ୟରୁ ଏମ.ଏମ.ସି.ସି ସମ୍ବଲପୁର ଏବଂ ପକୱାନ ଜଗତସିଂହପୁର ଫାଇନାଲ୍ ମ୍ୟାଚ୍‌କୁ ଯାଇଥିଲେ। ପ୍ରଥମେ ଟଚ୍ ଜିତି ସମ୍ବଲପୁର ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।  ସମ୍ଵଲପୁର ଦଳର ବ୍ୟାଟ୍ସମ୍ୟାନ୍‌ମାନେ ୮ ଓଭର୍‌ରେ ମାତ୍ର ୩ ୱିକେଟ୍ ହରାଇ ମୋଟ୍ ୯୨ ରନ୍ କରିଥିଲେ।

ଏହାର ପ୍ରତିପକ୍ଷରେ ପକୱାନ ଜଗତସିଂହପୁର ମଇଦାନ୍‌କୁ ଓହ୍ଲାଇ ଥିଲା। ହେଲେ ଏମ.ଏମ.ସି.ସି ସମ୍ଵଲପୁର ବୋଲର୍‌ଙ୍କ ବଲ୍‌କୁ ମୁକାବିଲା କରିପାରି ନଥିଲେ ଜଗତସିଂହପୁରର ବ୍ୟାଟ୍ସମ୍ୟାନ୍‌ମାନେ। ୬ ୱିକେଟ୍ କ୍ଷୟରେ ମାତ୍ର ୫୭ ରନ୍ ହିଁ କରିପାରିଥିଲେ।ଶେଷରେ ସଞ୍ଜୟ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିବା ବେଳେ ଦେବାଶିଷ ହୋଇଥିଲେ ମ୍ୟାନ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ। ଏସ. କେ. ଫିରୋଜ ଏବଂ ଏସ.କେ ରିହାନ ଅଲ୍ଲୀ ମ୍ୟାଚ୍ ପରିଚାଳନା କରିଥିଲେ।

ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଗାୟତ୍ରୀ ଦେବୀ ଗ୍ରୁପର ଉପ ସଭାପତି ଚିତ୍ତରଞ୍ଜନ ଦେବତା ଓ ଏ.ଏନ.ଆଇ ପ୍ରାଇଭେଟ୍ ଲିମିଟେଟର ଏସ.କେ. ଏନାମ୍ ରସୁଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ସାଦ ମିର୍ଜା, ନୱାବ ସେକ୍, ହାଫିଜ୍ ଏହମ୍ମଦ, ଆସିଫ ଇୱିଏଲ୍, ଶେଖ୍ ଆଶିଫ, ହାଇଦର ଅଲ୍ଲୀ, ଇକବଲ୍ ହୋସିଁ, ଅମିନୁଲ, ହଭିବୁର ରେହମାନ ଏବଂ ୟାଇ.ଏସ.ଏସ ଗ୍ରୁପର ସମସ୍ତ ସଦସ୍ୟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରିଥିଲେ।

Comment