ଓଡ଼ିଶାଲାଇଭ୍ ବ୍ୟୁରୋ  

  • ଉପକୃତ ହେବେ ୩୩ ହଜାର ୩୮ କନିଷ୍ଠ ଶିକ୍ଷକ
  • ୧୬୮ କୋଟି ବାର୍ଷିକ ଖର୍ଚ୍ଚ କରିବେ ରାଜ୍ୟ ସରକାର
  • ଜାନୁଆରିରୁ ଲାଗୁ ହେବ ବର୍ଦ୍ଧିତ ଦରମା

ନୂଆ ବର୍ଷରେ କନିଷ୍ଠ ଶିକ୍ଷକଙ୍କୁ ଭେଟି ଦେଇଛନ୍ତି ରାଜ୍ୟ ସରକାର। କନିଷ୍ଠ ଶିକ୍ଷକଙ୍କ ଦରମାରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି। ଏହା ଦ୍ଵାରା ଉଭୟ କନିଷ୍ଠ ଶିକ୍ଷକ ଏବଂ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ଉପକୃତ ହେବେ। କନିଷ୍ଠ ଶିକ୍ଷକଙ୍କ ଦରମା ୯ହଜାର ୨ଶହରୁ ବୃଦ୍ଧି ହୋଇ ୧୩ ହଜାର ୮ଶହ ହୋଇଛି। ଏହା ସହ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକଙ୍କ ଦରମା ୭ ହଜାର ୪ ଶହରୁ ୧୧ ହଜାରକୁ ବୃଦ୍ଧି କରାଯାଇଛି।

କନିଷ୍ଠ ଶିକ୍ଷକ ଏବଂ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକଙ୍କ ବର୍ଦ୍ଧିତ ଦରମା ଜାନୁଆରି ପହିଲାରୁ ଲାଗୁ ହେବ। ଦରମା ବୃଦ୍ଧି ହେବା ଦ୍ଵାରା ରାଜ୍ୟର ମୋଟ ୩୩ ହଜାର ୩୮ ଜଣ କନିଷ୍ଠ ଶିକ୍ଷକ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ୧୬୮ କୋଟି ଟଙ୍କା ଖର୍ଚ୍ଚ କରିବେ।

Comment