ଓଡ଼ିଶାଲାଇଭ୍ ବ୍ୟୁରୋ
ପଞ୍ଜାବରେ ବିଧାନସଭା ନିର୍ବାଚନ ନିମନ୍ତେ ଘୋଷଣା କରାଯାଇଥିବା ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ମୋଟ ୧୧୭ଟି ବିଧାନସଭା ଆସନ ପାଇଁ ଆସନ୍ତା ଫେବ୍ରୁଆରି ୨୦ ତାରିଖ ନିର୍ବାଚନ କରାଯିବାକୁ ନୂଆ ତାରିଖ ଘୋଷଣା ହୋଇଛି। ପୂର୍ବରୁ ଫେବ୍ରୁଆରି ୧୪ ତାରିଖରେ ନିର୍ବାଚନ କରାଯିବାକୁ ନିଷ୍ପତ୍ତି ହୋଇଥିଲା।
ପୂର୍ବ ନିର୍ଦ୍ଧାରିତ ନିର୍ବାଚନ ତାରିଖ ଆଗକୁ ଘୁଞ୍ଚାଇବା ପାଇଁ କଂଗ୍ରେସ, ବିଜେପି ଏବଂ ପଞ୍ଜାବ ଲୋକ କଂଗ୍ରେସ ଦାବି କରିଥିଲେ। ଏହାକୁ ନେଇ ନର୍ବାଚନ ଆୟୋଗ ଏହି ତିନି ପ୍ରମୁଖ ଦଳ ସହ ଆଲୋଚନା କରି ତାରିଖ ଘୁଞ୍ଚାଇବା ପାଇଁ ସହମତି ପ୍ରକାଶ କରିଥିଲେ।
ଫେବ୍ରୁଆରି ୧୬ ତାରିଖରେ ଗୁରୁ ରବିଦାସ ଜୟନ୍ତୀ ପଡୁଥିବାରୁ ନିର୍ବାଚନ ଘୁଞ୍ଚାଇବା ପାଇଁ ତିନି ପ୍ରମୁଖ ଦଳ ବିଜେପି, କଂଗ୍ରେସ ଏବଂ ପଞ୍ଜାବ ଲୋକ କଂଗ୍ରେସ ଦାବି କରିଥିଲା। ଦୁଇ ଦିନ ପୂର୍ବରୁ ପଞ୍ଜାମ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନୀ ମଧ୍ୟ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି ନିର୍ବାଚନ ତାରିଖ ଆଗକୁ ଘଞ୍ଚାଇବାକୁ ନିବେଦନ କହିଥିଲେ।
ଗୁରୁ ରବିଦାସଙ୍କ ଜୟନ୍ତୀ ଅବସରରେ ଉତ୍ତର ପ୍ରଦେଶର ବାରାଣାସୀ ସ୍ଥିତ ତାଙ୍କ ଜନ୍ମସ୍ଥାନକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଯାଇଥାନ୍ତି। ୧୪ ତାରିଖ ନିର୍ବାଚନ ହେଲେ ୧୬ ତାରିଖ ପୂର୍ବରୁ ଶ୍ରଦ୍ଧାଳୁମାନେ ସେଠାରେ ପହଞ୍ଚି ପାରିବେ ନାହିଁ ତେଣୁ ନିର୍ବାଚନ ତାରିଖକୁ ଆଉ ୬ ଦିନ ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ଚନ୍ନୀ ଚିଠିରେ ଉଲ୍ଲେଖ କରିଥିଲେ।