ଓଡ଼ିଶାଲାଇଭ୍ ବ୍ୟୁରୋ

ଆଉ ଅଟକିବେ ନାହିଁ। ତାଙ୍କ ବାଟରେ କାହାରିକୁ ପ୍ରତିବନ୍ଧକ ହେବାକୁ ଦେବେ ନାହିଁ। କ’ଣ ଏକା ଏକା ବାଟ ଚାଲିବାକୁ ମନସ୍ଥ କରିନେଇଛନ୍ତି କି ବର୍ଷା? ନା କିଏ ତାଙ୍କୁ ଆଘାତ ଦେଇ ଏକା କରିଦେବା ପରେ ଶାନ୍ତିରେ ରହିବାକୁ କରୁଛନ୍ତି ଯୋଜନା ? ହୃଦୟ ଭିତରେ ଭରି ରହିଥିବା ଅନେକ ଦୁଃଖ ଆଉ ଯନ୍ତ୍ରଣାକୁ ମୁହଁର ହସ ପଛରେ ଲୁଚାଇବାକୁ କରୁଛନ୍ତି କି ପ୍ରୟାସ ? ସମସ୍ତଙ୍କ ମନରେ ଏମିତି କିଛି ପ୍ରଶ୍ନ ଏବେ ଟ୍ଵିଟର ଆକାଉଣ୍ଟରେ ପୋଷ୍ଟ ହୋଇଥିବା ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଫୋଟୋ କ୍ୟାପ୍ସନକୁ ନେଇ।

ସମସ୍ତେ ଜାଣନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବୈବାହିକ ଜୀବନରେ ଝଡ଼ ଉଠିଛି। ବିବାହ ବିଚ୍ଛେଦ ପାଇଁ ମାମଲା ଏବେ କୋର୍ଟରେ ବିଚାରଧୀନ ରହିଛି। ଏହାରି ମଧ୍ୟରେ ବର୍ଷା ନିଜ ଟ୍ଵିଟର ଆକାଉଣ୍ଟରେ ଗୋଟିଏ ପରେ ଗୋଟିଏ ଫୋଟୋ କ୍ୟାପ୍ସନ ପୋଷ୍ଟ କରିଚାଲିଛନ୍ତି। ତାଙ୍କର ଏକାନ୍ତ ଫଟୋ ପୋଷ୍ଟ ଫ୍ୟାନ୍ସମାନଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି।

ସବୁବେଳେ ଶାଢ଼ୀ ଲୁକରେ ନଜର ଆସୁଥିବା ବର୍ଷା କିଛି ଦିନ ତଳେ ଓ୍ଵାଇନ କଲର ଓ୍ଵାନପିସ ପିନ୍ଧିଥିବା ଗୋଟିଏ ଷ୍ଟାଇଲିସ୍ ଆଣ୍ଡ ସୋବର ଫଟୋଟିଏ ଟ୍ଵିଟର ଆକାଉଣ୍ଟରେ ସେଆର କରିଥିଲେ। କେବଳ ସେତିକି ନୁହେଁ ବିନା ସିନ୍ଦୁର, ଆଉ ଚୁଡ଼ି ବଦଳରେ ହାତରେ ଘଣ୍ଟାଟିଏ ପିନ୍ଧିଥିଲେ। ଆଖିରେ କଳା ଚଷମା ଆଉ କଳା ରଙ୍ଗର ହାଫ ସୁ ସାଙ୍ଗକୁ ପାଦରେ ଷ୍ଟାଇଲିସ୍ ଆଂକଲେଟଟିଏ ପିନ୍ଧିଥିଲେ। ଫଟୋଟିର ଘଡ଼ିଏ ଅନେଇ ରହିବାକୁ ଆକର୍ଷଣ ମଧ୍ୟ ରହିଛି। ଫଟୋ ସହ ବର୍ଷା ‘ଅନ୍ ଷ୍ଟବେବୁଲ’ ବୋଲି ଏକ କ୍ୟାପ୍ସନଟିଏ ଦେଇଛନ୍ତି। ଯାହାର ଅର୍ଥ ଆଉ ସେ ଅଟକି ରହିବାକୁ ଚାହାନ୍ତି ନାହିଁ। ରକ୍ଷଣଶୀଳ ସମାଜ ଭିତରୁ ନିଜର ଅସ୍ତିତ୍ଵ ପାଇବାକୁ ମୁକ୍ତବିହଙ୍ଗ ହୋଇ ଉଡ଼ିବାକୁ ଚାହୁଁଛନ୍ତି।

 

ବର୍ଷା ଏବେ ଅନୁଭବଙ୍କ ସହ ଚାଲିଥିବା ବିବାଦର ଅନ୍ତ କରିବାକୁ ଚେଷ୍ଟା କରୁଥିବା ଅନୁମାନ କରାଯାଉଛି। ବର୍ଷାଙ୍କ ଗୋଟିଏ ପରେ ଗୋଟିଏ ଫଟୋ କ୍ୟାପ୍ସନକୁ ନେଇ ଫ୍ୟାନ୍ସଙ୍କ ମନରେ ଅନେକ ପ୍ରଶ୍ନ। କାହିଁକି ଫଟୋ ସହ ଏମିତି କ୍ୟାପ୍ସନ ଦେଇଛନ୍ତି ବର୍ଷା? ଏମିତି ଫଟୋ ଆଉ କ୍ୟାପ୍ସନ ପଛରେ ଲୁଚି ରହିଛି କି ବର୍ଷାଙ୍କ ମନର କଥା?

ଗତ ୨୭ ତାରିଖରେ ଆଉ ଗୋଟିଏ ଫଟୋ ଫୋଷ୍ଟ କରି ବର୍ଷା ଲେଖିଛନ୍ତି ‘ଯଦି କେହି ତୁମ ହୃଦକକୁ ଭାଙ୍ଗି ତୁମକୁ ନିଃଷଙ୍ଗ କରିଦିଏ, ନିଜେ ଖୁସି ସାଉଣ୍ଟି ଶାନ୍ତିରେ ରହିବା ଦରକାର’। ସବୁ କିଛି ପଛରେ ପକାଇ ଏବେ ଏକା ଏକା ଆଗକୁ ବଢ଼ିବାକୁ ବର୍ଷା ମନସ୍ଥ କରିଥିବା ଅନୁମାନ କରାଯାଉଛି। ନିଜ ବୈବାହିକ ଜୀବନରେ ଝଡ଼ ଉଠିବା ପରେ ମଧ୍ୟ ବର୍ଷା ନିଜକୁ ବିଭିନ୍ନ କାର୍ଯ୍ୟରେ ନିଯୁକ୍ତ କରିଛନ୍ତି। ବର୍ଷା ସମାଜସେବା କ୍ଷେତ୍ରରେ ପାଦ ଦେଇଛନ୍ତି। ଏବେ ରାଜନୀତି ମଇଦାନକୁ ବର୍ଷା ଓହ୍ଲାଇବା ନେଇ ଚର୍ଚ୍ଚା ମଧ୍ୟ ହେଉଛି।

Comment