ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତର ପ୍ରଦେଶ(ୟୁପି) ବିଧାନସଭା ନିର୍ବାଚନ ୨୦୨୨ର ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ସୋମବାର ୯ଟି ଜିଲ୍ଲାର ୫୫ ବିଧାନସଭା ଆସନ ପାଇଁ ମତଦାନ ଚାଲିଛି। ସହାରନପୁର, ବିଜନୌର, ମୁରାଦାବାଦ, ସମ୍ଭଲ, ରାମପୁର, ଅମରୋହା, ବଦାୟୁଁ, ବରେଲି ଏବଂ ଶାହଜାହାଁପୁର ଜିଲ୍ଲାର ୫୫ଟି ବିଧାନସଭା ଆସନ ପାଇଁ ମତଦାନ କରୁଛନ୍ତି ଭୋଟର।

ଗତ ୧୦ ତାରିଖ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ସରିଛି। ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୫୭.୭୯ ପ୍ରତିଶତ ଊର୍ଦ୍ଧ୍ଵ ମତଦାନ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ମୋଟ ୧୧ଟି ଜିଲ୍ଲା ଆଗ୍ରା, ମଥୁରା, ଅଲିଗଡ଼, ମେରଠ, ଗାଜିଆବାଦ, ବୁଲନ୍ଦସର, ବାଗପତ, ହାହୋପୁର, ମୁଜାଫରନଗର, ଶାମଲି ଏବଂ ଗୌତମ ବୁଦ୍ଧନଗର ଜିଲ୍ଲାର ୫୮ଟି ଆସନ ପାଇଁ ନିର୍ବାଚନ ହୋଇଥିଲା। ମୋଟ ୬୨୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଥିଲେ ଭୋଟର।

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ମୋଟ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଗତ ୧୦ ତାରିଖ ୧୧ଟି ଜିଲ୍ଲାର ମୋଟ ୫୮ଟି ବିଧାନସଭା ଆସନ ଲାଗି ମତଦାନ ସରିଥିବେଳେ ୧୪ ତାରିଖରେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ୨୦ ତାରିଖରେ ତୃତୀୟ ପର୍ଯ୍ୟାୟ, ୨୩ ତାରିଖ ଚତୁର୍ଥ ପର୍ଯ୍ୟାୟ, ୨୭ ତାରିଖ ପଞ୍ଚମ ପର୍ଯ୍ୟାୟ, ମାର୍ଚ୍ଚ ୩ ତାରିଖ ଷଷ୍ଠ ପର୍ଯ୍ୟାୟ ଏବଂ ଓ ମାର୍ଚ୍ଚ ୭ ତାରିଖ ସପ୍ତମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ। ଆସନ୍ତା ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ନର୍ବାଚନ ଫଳାଫଳ ଘୋଷଣା କରାଯିବ।

Comment