ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

  • ଅଭିନେତ୍ରୀ ଜୟା ସ୍ୱାମୀଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର
  • ୧୮ ତାରିଖ ସନ୍ଧ୍ୟା ୫ଟାରେ ଓଡ଼ିଶାଲାଇଭ୍‌ ୟୁଟ୍ୟୁବରେ ପ୍ରସାରଣ

୮୦ ଦଶକରେ ଯେଉଁ କିଛି ଜଣ ଅଭିନେତ୍ରୀଙ୍କୁ ନେଇ ଓଡ଼ିଆ ସିନେମା ଜଗତ ବେଶ ଚଳଚଞ୍ଚଳ ଥିଲା, ସେମାନଙ୍କ ମଧ୍ୟରୁ ଜଣେ ଜୟା ସ୍ୱାମୀ। ନିଜର ନିଖୁଣ ଅଭିନୟ ଓ ଦମଦାର ଡ୍ୟାନ୍ସରେ ସେ ଦର୍ଶକଙ୍କୁ ବାନ୍ଧି ରଖିପାରିଥିଲେ। ‘ହାକିମ ବାବୁ’, ‘ଫୁଲ ଚନ୍ଦନ’, ‘ଜାଈଫୁଲ’ରେ ତାଙ୍କୁ ପସନ୍ଦ କରିଥିଲେ ଦର୍ଶକ। କିନ୍ତୁ ପରବର୍ତ୍ତୀ ସମୟରେ ସେ ଫିଲ୍ମରୁ ଦୂରେଇ ଯାଇଥିଲେ।

‘‘ଫିଲ୍ମ ଇଣ୍ଡଷ୍ଟ୍ରିକୁ ଯେଉଁ ସ୍ୱପ୍ନ ନେଇକି ଆସିଥିଲି ତା’ପୂରଣ ହୋଇପାରିଲାନି। ମୋ ଭିତରେ ପ୍ରତିଭା ଥିଲା କିନ୍ତୁ ମୋ ବର୍ଣ୍ଣ ଶ୍ୟାମଳ ଯୋଗୁଁ ମତେ ସେ ସୁଯୋଗ ଦିଆଗଲାନି। ଇଣ୍ଡଷ୍ଟ୍ରିର ରାଜନୀତି ଭିତରେ ମୁଁ ନିଜକୁ ଖାପ ଖୁଆଇ ପାରିଲିନି। ଯେଉଁଥିପାଇଁ ଦୂରେଇ ଗଲି। ଆଜିବି ମନେ ପଡ଼ିଲେ ସେ ଦିନର କଥା ମତେ କଷ୍ଟ ଲାଗେ’’, କହନ୍ତି ଜୟା ସ୍ୱାମୀ।

ଖାଲି ଏତିକି ନୁହେଁ ଓଡ଼ିଶାଲାଇଭରେ ଜୟା ତାଙ୍କ ଜୀବନର ସ୍ୱପ୍ନ, ସଂଘର୍ଷ ଓ କ୍ଷୋଭ ମଧ୍ୟ ପ୍ରକାଶ କରିଛନ୍ତି। ଫେବ୍ରୁଆରି ୧୮ ତାରିଖ ଅର୍ଥାତ ଶୁକବ୍ରାର ସନ୍ଧ୍ୟା ୫ଟାରେ ଦେଖନ୍ତୁ ଓଡ଼ିଶାଲାଇଭ୍‌ ୟୁଟ୍ୟୁବରେ ଜୟାଙ୍କ କାହାଣୀ।

Comment