ଓଡ଼ିଶାଲାଇଭ୍ ବ୍ୟୁରୋ

ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୨ ଦିନରେ ପହଞ୍ଚିଛି। ଯୁଦ୍ଧ ରୋକିବାକୁ ମଧ୍ୟସ୍ଥତା କରିବାକୁ ଚୀନ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ଅନ୍ୟ ପକ୍ଷରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ସିଧାସଳଖ ଆଲୋଚନା କରିବାକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
- ଫସି ରହିଥିବା ଭାରତୀୟଙ୍କୁ ୟୁକ୍ରେନରୁ ସୁରକ୍ଷିତ ବାହାର କରିବାରେ ସହଯୋଗ କରିବାକୁ ଆଶ୍ଵାସନା ଦେଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ
- ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ସିଧାସଳଖ ଆଲୋଚନା କରିବାକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ୟୁକ୍ରେନ ସହ ତୃତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ରୁଷ ପ୍ରତିନିଧି ମଣ୍ଡଳୀ ବେଲାରୁଷ ଗଲେ
- ୟୁକ୍ରେନର ଏସୟୁ-୨୭ ଲଢ଼ୁଆ ବିମାନ, ଏସୟୁ-୨୫, ଦୁଇଟି ହେଲିକପ୍ଟର ଏବଂ ୮ଟି ଡ୍ରୋନ ଖସାଇଲା ଚୀନ
- ଇଣ୍ଟରନ୍ୟାସନାଲ କୋର୍ଟରେ ରୁଷ ବିରୋଧରେ ଶୁଣାଣି ଆରମ୍ଭ
- ଚୀନ ମିଡିଆ ସିଜିଟିଏନ ସୂତ୍ରରୁ ପ୍ରକାଶ ରୁଷର ଶତ୍ରୁ ତାଲିକାରେ ୟୁକ୍ରେନ ସହ ରହିଛି ଆମେରିକା, ବ୍ରିଟେନ, ଜାପାନ ଏବଂ ୟୁରୋପୀୟ ୟୁନିୟନ
#BREAKING #Russia has approved the list of unfriendly countries, including the U.S., EU members, UK, Ukraine, and Japan.
— CGTN (@CGTNOfficial) March 7, 2022
- ରୁଷ ଏବଂ ୟୁକ୍ରେନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ ଚୀନ
- ୟୁକ୍ରେନର କମ୍ୟୁନିଟି ଚିଫଙ୍କ ମୃତ୍ୟୁ
- ରୁଷ-ୟୁକ୍ରେନ ଯୁଦ୍ଧରେ ଖାରକିଭରେ ୮ ଜଣଙ୍କ ମୃତ୍ୟୁ
- ୟୁକ୍ରେନର ଲୁହାନ୍ସକ ସହରରେ ରୁଷ ସେନାଙ୍କ ଆତଙ୍କ
- ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ୟୁରୋପରେ ଗ୍ୟାସ ମୂଲ୍ୟରେ ଆଶାତିତ ବୃଦ୍ଧି
- ୟୁକ୍ରେନର ବିନିତ୍ସିଆ ଏୟାରପୋର୍ଟ ଉପରେ ରୁଷ ସେନାଙ୍କ ମିଶାଇଲ ମାଡ଼
- ମାଟିରେ ମିଶିଲା ୟୁକ୍ରେନର ବିନିତ୍ସିଆ ଏୟାରପୋର୍ଟ
- ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବେ ଦେଶକୁ ଫେରାଇ ଆଣିବାକୁ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଆଲୋଚନା କରିବେ
- ୟୁକ୍ରେନରେ ରକ୍ତର ହୋଲି, ଆତଙ୍କିତ ଅବସ୍ଥାରେ ୟୁକ୍ରେନ ବାସିନ୍ଦା
- ବର୍ତ୍ତମାନ ସୁଦ୍ଧା ରୁଷ-ୟୁକ୍ରେନ ଯୁଦ୍ଧରେ ୩୮ ଜଣ ଛୋଟ ପିଲା ପ୍ରାଣ ହରାଇଛନ୍ତି
- ରୁଷ ସେନାଙ୍କୁ ରୋକିବା ପାଇଁ ପୋଲ ଉଡ଼ାଇଲେ ୟୁକ୍ରେନ ସେନା
- ରୁଷର ଘାତକ ବିମାନ ଖସାଇଳା ୟୁକ୍ରେନ, ପାଇଟଲଙ୍କ ମୃତ୍ୟୁ


















