ଓଡ଼ିଶାଲାଇଭ୍ ବ୍ୟୁରୋ

NALCOସଷ୍ଟେନେବଲ୍ ମାଇନିଂ ଏବଂ ପରିବେଶ ଅନୁକୂଳ କାର୍ଯ୍ୟଶୈଳୀ ପାଇଁ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନି ଲିମିଟେଡ୍ (ନାଲ୍‌କୋ)କୁ ସମ୍ମାନଜନକ ‘ଗୋଲ୍‌ଡେନ୍ ପିକକ୍ ଆୱାର୍ଡ୍ ଫର ସଷ୍ଟେନେବିଲିଟି’ ପୁରସ୍କାରରେ ପୁରସ୍କୃତ କରାଯାଇଛି। ଇନଷ୍ଟିଚ୍ୟୁଟ୍ ଅଫ୍ ଡାଇରେକ୍ଟର୍ସ (ଆଇଓଡି) ପକ୍ଷରୁ ନାଲ୍‌କୋକୁ ଏହି ପୁରସ୍କାରର ଜାତୀୟ ବିଜେତା ଭାବରେ ସମ୍ମାନିତ କରାଯାଇଛି। ମାର୍ଚ୍ଚ ୨୩ ତାରିଖରେ ଅନୁଷ୍ଠିତ ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ନାଲ୍‌କୋର ସିଏମ୍‌ଡି ଶ୍ରୀଧର ପାତ୍ର ଏହି ପୁରସ୍କାର ଗ୍ରହଣ କରିଛନ୍ତି।“ଏହି ପୁରସ୍କାର ନାଲ୍‌କୋ ଜରିଆରେ ଗଢ଼ାଯାଇଥିବା ଉଚ୍ଚମାନର ପରିବେଶ, ସାମାଜିକ ଏବଂ ସୁଶାସନ ରଣନୀତିର ସ୍ୱୀକୃତି ଅଟେ। ନାଲ୍‌କୋର ସମସ୍ତ କର୍ମଚାରୀମାନଙ୍କର କଠିନ ପରିଶ୍ରମ ଏବଂ ଉତ୍ସର୍ଗୀକୃତ ମନୋଭାବ ହିଁ ଏହି ସଫଳତାର ଏକ ମହତ୍ୱପୂର୍ଣ୍ଣ ନିଦର୍ଶନ, ଯାହା କମ୍ପାନିକୁ ଏହି ପୁରସ୍କାରରେ ପାଇବାରେ ସହାୟକ ହୋଇଛି”, କହିଛନ୍ତି ନାଲ୍‌କୋ ସିଏମ୍‌ଡି ଶ୍ରୀଧର ପାତ୍ର।ଇନଷ୍ଟିଚ୍ୟୁଟ୍ ଅଫ୍ ଡାଇରେକ୍ଟର୍ସ (ଆଇଓଡି) ଦ୍ୱାରା ପ୍ରତିଷ୍ଠିତ ଏହି ଗୋଲଡେନ୍ ପିକକ୍ ପୁରସ୍କାର, କର୍ପୋରେଟ୍ ଉତ୍କର୍ଷତାକ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ୱୀକୃତି ଅଟେ।

Tag: #NALCO #NationalAluminiumCompanyLimited #GoldenPeacockNationalAward #InstituteofDirectors #IOD #ନାଲ୍‌କୋ

LEAVE A REPLY

Please enter your comment!
Please enter your name here