ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆଉ ୬ ମାସ ମାଗଣା ଚାଉଳ ମିଳିବ। ଏ ନେଇ ଓଡ଼ିଶା ଦିବସ ଅବସରରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ। ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମାସକୁ ୫ କେଜି ଚାଉଳ ଦିଆଯିବ। ଏପ୍ରିଲ ମାସରୁ ଏହା ଲାଗୁ ହେବ ଏବଂ ଆସନ୍ତା ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଏହି ମାଗଣା ଚାଉଳ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ହିତାଧିକାରୀଙ୍କୁ ୬ ମାସ ଅତିରିକ୍ତ ମାଗଣା ଚାଉଳ ବଣ୍ଟନ କରିବା ପାଇଁ ରାଜ୍ୟ ସରକାରଙ୍କୁ ୯୧ କୋଟି ୭୦ ଲକ୍ଷ ଟଙ୍କା ବହନ କରିବାକୁ ପଡ଼ିବ। ଏହା ଦ୍ଵାରା ରାଜ୍ୟର ମୋଟ ୮ ଲକ୍ଷ ୯ ହଜାର ହିତାଧିକାରୀ ଉପକୃତ ହେବେ। ହିତାଧିକାରୀମାନଙ୍କୁ ରାଜ୍ୟ ସରକାର ନିଜସ୍ଵ ପାଣ୍ଠିରୁ ୨୪ ହଜାର ୨୭୦ ଟନ ଚାଉଳ ଯୋଗାଇ ଦେବେ ବୋଲି ଜଣାପଡ଼ିଛି।

Tags: #OdishaGovt #FreeRice #FreeRiceScheme #CMOdisha #CMNaveenPatnaik #Beneficiaries

Comment