ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି। ତିନିଦିନ ଧରି ଚାଲିଥିବା ଏହି ଉତ୍ସବରେ ଯୋଗ ଦେଇଥିଲେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଲୋକେ। ବିଭିନ୍ନ ରକମର ଘରକରଣା ଉପକରଣ ସାଙ୍ଗକୁ ସୁଆଦିଆ ଖାଦ୍ୟର ଆନନ୍ଦ ନେଇଥିଲେ ଦର୍ଶକ। ଏହି ଅବସରରେ ଲୋକଙ୍କ ମନୋରଂଜନ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କୋଭିଡ କଟକଣା ହଟିବା ପରେ ଏହା ଜିଲ୍ଲାର ପ୍ରଥମ ଲୋକ ଉତ୍ସବ ବୋଲି କୁହାଯାଉଛି। 

ସ୍ଥାନୀୟ ଖେଳପଡ଼ିଆଠାରେ ସୁନ୍ଦର ଆଲୋକ ସଜ୍ଜା ଓ ଧାଡ଼ିକି ଧାଡ଼ି ଷ୍ଟଲ ଦର୍ଶକମାନଙ୍କ ମନ କିଣି ଥିଲା। ଗ୍ରୀଷ୍ମ ପ୍ରବାହ ଥିଲେ ମଧ୍ୟ ଉତ୍ସବରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଉତ୍ସବର ଅନ୍ତିମ ସନ୍ଧ୍ୟାରେ ବିଭିନ୍ନ ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା।

Tags: #NayagarhDist #FoundationDay #CulturalProgram

Comment