ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ମହାନଗର ନିଗମର ନବନିର୍ବାଚିତ ମେୟର ସୁବାସ ସିଂ ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ ମୋଟ ୫୯ ଓ୍ଵାର୍ଡର କର୍ପୋରେଟର ମଧ୍ୟ ଶପଥ ନେଇଛନ୍ତି।

ଶପଥ ଗ୍ରହଣ ପାଇଁ କଟକ ସହିଦ ଭବନ ପରିସରରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ମ୍ୟୁନିସିପାଲ କର୍ପୋରେସନର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ କଟକ ନୂଆ ମେୟର ସୁବାସ ସିଂ ଏବଂ ନବନିର୍ବାଚିତ କର୍ପୋରେଟରମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ଚଳିତ ମେୟର ନିର୍ବାଚନରେ ସୁବାସ ସିଂ କଂଗ୍ରେସର ମେୟର ପ୍ରାର୍ଥୀ ଗିରିବାଳା ବେହେରାଙ୍କୁ ୪୫ ହଜାରରୁ ଅଧିକ ଭୋଟରେ ହରାଇ ଥିଲେ।

ମୋଟ ୧ ଲକ୍ଷ ୮ ହଜାର ୩୨୧ ଭୋଟ ହାସଲ କରିଥିଲେ ସୁବାସ ସିଂ। କଟକ ମହାନଗର ନିଗମ ମେୟର ପଦବୀ ବିଜେଡି ହାତକୁ ଯାଇଥିବାବେଳେ ମୋଟ ୩୮ ଜଣ କର୍ପୋରେଟର ଜିତ ହାସଲ କରିଛନ୍ତି। କଟକ ମହାନଗର ନିଗମ ମେୟର ପଦବୀ ପାଇଁ ବିଜେଡିରୁ ସୁବାସ ସିଂ, କଂଗ୍ରେସରୁ ଗିରିବାଳା ବେହେରା ଏବଂ ବିଜେପିରୁ ଅଭିନେତା ଶ୍ରୀତମ ଦାସ ନିର୍ବାଚନ ଲଢ଼ୁଥିଲେ।

Tags: #CMC #CMCMayor #SubasSingh #OathTakingCeremony #MunicipalElection2022 #MayorElection

Comment