ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ। ‘ହେଲ୍‌ଥ ଇଜ ୱେଲଥ୍‌’ ଅର୍ଥାତ୍ ‘ସ୍ୱାସ୍ଥ୍ୟ ହିଁ ସମ୍ପଦ’ କୁହାଯାଇଥାଏ। ଏହି ଉକ୍ତିଟି କେବଳ ମଣିଷଜଗତ ପାଇଁ ପ୍ରଯୁଜ୍ୟ ତାହା ନୁହେଁ ସମଗ୍ର ଜୀବଜଗତ ପାଇଁ ଏହା ଅତ୍ୟନ୍ତ ଜରୁରୀ। କୌଣସି କାର୍ଯ୍ୟକୁ ସୁଫଳ କରିବାକୁ ହେଲେ ପ୍ରଥମେ ଶରୀର ଓ ମନକୁ ସୁସ୍ଥ ରଖିବାକୁ ପଡ଼ିବ।

ପ୍ରତିବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏପ୍ରିଲ ୭ରେ ଏହି ଦିବସକୁ ପାଳନ କରିଥାଏ। ଏହି ଦିନର ଉଦ୍ଦେଶ୍ୟ ହେଉଛି ସମଗ୍ର ବିଶ୍ୱର ଲୋକଙ୍କୁ ସ୍ୱାସ୍ଥ୍ୟ ପ୍ରତି ସଚେତନ କରିବା ଏବଂ ସ୍ୱାସ୍ଥ୍ୟ ହିଁ ସମ୍ପଦ ବୋଲି ସଚେତନ କରାଇବା। ଚଳିତ ବର୍ଷ ବିଶ୍ଵ ସ୍ଵାସ୍ଥ୍ୟ ଦିବସର ଥିମ୍ ରହିଛି – ‘ଆଓ୍ଵାର ପ୍ଲାନେଟ୍, ଆଓ୍ଵାର ହେଲ୍‌ଥ’। ୧୯୪୮ ମସିହାରେ ଏପ୍ରିଲ ୭ ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିଷ୍ଠା କରାଯାଇଥିଲା ଏବଂ ଦୁଇ ବର୍ଷ ପରେ ଅର୍ଥାତ ୧୯୫୦ରୁ ଏହା କାର୍ଯ୍ୟକାରୀ ହୋଇଥିଲା। ଏହି ଅବସରରେ ଡବ୍ଲ୍ୟୁଏଚ୍‌ଓର ଯେତେବେଳେ ପ୍ରଥମ ସଭା ଅନୁଷ୍ଠିତ ହୋଇଥିଲା, ସେତେବେଳେ ନିଷ୍ପତ୍ତି ହୋଇଥିଲା ଯେ ପ୍ରତିବର୍ଷ ଏପ୍ରିଲ ୭ ତାରିଖକୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରାଯିବ।

Tags: #WorldHealthOrganisation #WHO #WorldHealthDay #ବିଶ୍ୱସ୍ୱାସ୍ଥ୍ୟସଂଗଠନ

LEAVE A REPLY

Please enter your comment!
Please enter your name here