ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର ମହାନଗର ନିଗମର ପ୍ରଥମ ମହିଳା ମେୟର ସୁଲୋଚନା ଦାସ ଶନିବାର ଶପଥ ଗ୍ରହଣ କରିଛନ୍ତି। ବିଏମ୍‌ସି କନଫରେନ୍ସ ହଲଠାରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଗୃହ ଏବଂ ନଗର ଉନ୍ନୟନ ବିଭାଗର ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ନୂଆ ମେୟରଙ୍କୁ ପଦ ଏବଂ ଗୋପନୀୟତାର ଶପଥପାଠ କରାଇଛନ୍ତି। ମେୟରଙ୍କ ସହ ସମସ୍ତ ନବନିର୍ବାଚିତ ୬୭ ଜଣ କର୍ପୋରେଟର ମଧ୍ୟ ଏହି ଅବସରରେ ଶପଥ ନେଇଛନ୍ତି।

ଶପଥ ଗ୍ରହଣ ପରେ ସୁଲୋଚନା ଦାସ  ସମସ୍ତ କର୍ପୋରେଟରଙ୍କୁ ଶୁଭେଚ୍ଛା ଜଣାଇବା ସହ ଭୁବନେଶ୍ଵର ସହରବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। ସମସ୍ତ କର୍ପୋରେଟରଙ୍କୁ ନେଇ ଭୁବନେଶ୍ଵରର ବିକାଶ ପାଇଁ କାମ କରିବେ ବୋଲି କହିଛନ୍ତି ସୁଲୋଚନା ଦାସ। ରାଜଧାନୀରରେ ସାମଗ୍ରିକ ବିକାଶକୁ ଗୁରୁତ୍ଵ ଦେଇ ବିକାଶ ଧାରାକୁ ଆଗକୁ ନେବାକୁ ତାଙ୍କର ସର୍ବଦା ପ୍ରୟାସ ରହିବ ବୋଲି ସେ କହିଛନ୍ତି।

ସ୍ଵଚ୍ଛ ଓ ସବୁଜ ସୁନ୍ଦର ଭୁବନେଶ୍ଵର ଗଢ଼ିବାକୁ ସେ ପ୍ରାଥମିକତା ଦେବେ। ଭୁବନେଶ୍ଵରକୁ ଦେଶରୁ ଏକ ନମ୍ବର ସହରରେ ପରିଣତ କରିବା ଆମର ଲକ୍ଷ୍ୟ ବୋଲି ନିଜ ପ୍ରତିକ୍ରିୟାରେ ନୂଆ ମେୟର କହିଛନ୍ତି। ମେୟର ଭାବେ ଶପଥ ନେବା ପୂର୍ବରୁ ସେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଯାଇଥିଲେ।

Tags: #BMCMayor #SulochanaDas #OathTakingCeremony #Corporator

Comment